ରାସ୍ତା ମଝିରେ କାହିଁକି ଗାଡି ରଖିଛ ବୋଲି କହିବାରୁ ଚିଇଁକି ଉଠିଲେ ୪ ଦୁର୍ବୃତ୍ତ, ଗାଡି ଭାଙ୍ଗିବା ସହ ଛେଚି ଦେଇଗଲେ

ଅନୁଗୁଳ(କେନ୍ୟୁଜ୍) : ଡ୍ରାଇଭର ଓ ଗାଡ଼ି ମାଲିକଙ୍କୁ ଆକ୍ରମଣ। ୪ଜଣ ଅଜଣା ଦୁର୍ବୃତ୍ତ ରାସ୍ତା ମଝିରେ କଲେ ଆକ୍ରମଣ। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କୁମଣ୍ଡ ଚଣ୍ଡିବଜାର ଠାରେ ।

ସୂଚନା ମୁତାବକ, ଲୋକେଇ ପସି ଗ୍ରାମର ଶ୍ରୀବତ୍ସ ଦାସ ବୁଲାବୁଲି ସାରି ନିଜ ବୋଲୋର ଗାଡ଼ିରେ ରାତି ପାଖାପାଖି ୮ଘଣ୍ଟିକା ସମୟରେ ଡ୍ରାଇଭର ସହିତ ଅନୁଗୁଳକୁ ଫେରୁଥିଲେ। କୁମଣ୍ଡ ରାସ୍ତା ଦେଇ ଫେରିବା ସମୟରେ କୁମଣ୍ଡ ଚଣ୍ଡିବଜାର ରେଲୱେ ଗେଟ ପାଖରେ ୪ଜଣ ଦୁର୍ବୃତ୍ତ ରାସ୍ତା ମଝିରେ ଗୋଟିଏ ଧଳା ରଙ୍ଗର ଏକ ବୋଲୋର ଭିତରେ ବସିଥିଲେ।

ଶ୍ରୀବତ୍ସ ଦାସ ରାସ୍ତା ମଝିରେ  କାହିଁକି ଗାଡି ରଖିଛନ୍ତି ବୋଲି କହିବାରୁ ହଠାତ ୪ ଅଜଣା ଦୁର୍ବୃତ୍ତ ବୋଲେରୋ ଗାଡିକୁ ଭାଙ୍ଗିବା ସହିତ ଡ୍ରାଇଭର ରୋହିତକୁ ଆକ୍ରମଣ କରିଥିଲେ। ଏହି ସବୁ ଦେଖି କାହିଁକି ମାରୁଛନ୍ତି ବୋଲି ଶ୍ରୀବତ୍ସ କହିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁର୍ବୃତ୍ତମାନେ । ଏନେଇ ୪ଜଣ ଅଜଣା ଦୁର୍ବୃତ୍ତ ବସିଥିବା ଧଳା ବୋଲୋର ଗାଡ଼ିର ନମ୍ବରକୁ ଆଧାର କରି ଅନୁଗୁଳ ସଦର ଥାନାରେ ଅଭିଯୋଗ କରିଛନ୍ତି ଶ୍ରୀବତ୍ସ। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.