ଋଷ ସେନାର ଆକ୍ରମଣରେ ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା: ମାଟିରେ ମିଶିଛି ବଡ଼ ବଡ଼ ଆପାର୍ଟମେଣ୍ଟ, ୨୬ଟି ମୃତଦେହ ଉଦ୍ଧାର

ଧ୍ୱସ୍ତ ବିଧ୍ୱସ୍ତ ବୋରୋଡିଆଙ୍କା। ମାଟିରେ ମିଶିଛି ବଡ଼ ବଡ଼ ଆପାର୍ଟମେଣ୍ଟ । ଜନବସତି ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର । ଯେଉଁଆଡେ ଦେଖିଲେ କେବଳ ଭଗ୍ନାବଶେଷ । ଋଷ ସେନାର ଆକ୍ରମଣର ଭୟଙ୍କର ଚିତ୍ର ସାମନାକୁ ଆସୁଛି । ୨୬ଟି ମୃତଦେହ ଉଦ୍ଧାର କରାଯାଇଛି । କିଭ୍‌ ଠାରୁ ଉତ୍ତରପଶ୍ଚିମରେ ରହିଛି ବୋରୋଡିଆଙ୍କା ସହର । ଋଷ ଏୟାର ଷ୍ଟ୍ରାଇକରେ ବୋରୋଦିଆଙ୍କାର ବଡ ବଡ କୋଠା ମାଟିରେ ମିଶିଛି । ଅନେକ ଲୋକ ବାସହରା ହୋଇଛନ୍ତି ।

ଏପଟେ ଋଷକୁ ଜାତିସଂଘରୁ ଲାଗିଛି ବଡ଼ ଝଟକା । ବୁଚା ନରସଂହାର ପରେ ଜାତିସଂଘ ମାନବାଧିକାର ପରିଷଦରୁ ସସପେଣ୍ଡ ହେଇଛି ଋଷ । ଜାତିସଂଘ ମାନବାଧିକାର ପରିଷଦରୁ ଋଷକୁ ବାହାର କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଆମେରିକା । ପ୍ରସ୍ତାବ ସପକ୍ଷରେ ୯୩, ବିପକ୍ଷରେ ପଡ଼ିଥିଲା ୨୪ ଭୋଟ୍‌ । ଭୋଟଦାନରୁ ବିରତ ରହିଥିଲେ ଭାରତ ସମେତ ୫୮ ସଦସ୍ୟ ରାଷ୍ଟ୍ର । ଗୋଟିଏ ଦେଶକୁ ଜାତିସଂଘ ମାନବାଧିକାର ପରିଷଦରୁ ବାହାର କରିବାକୁ ହେଲେ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ । ଯେଉଁ ଦେଶ ଭୋଟ ଦାନରୁ ବିରତ ରହିବେ, ସେମାନଙ୍କୁ ଗଣତିରେ ନିଆଯାଏ ନାହିଁ । ଜାତିସଂଘ ସାଧାରଣ ପରିଷଦରେ ୧୯୩ ସଦସ୍ୟ ଦେଶ ରହିଛନ୍ତି । ଶେଷ ଥର ପାଇଁ ୨୦୧୧ରେ ମାନବାଧିକାର ଉଲ୍ଲଘଂନ ଅଭିଯୋଗରେ ଲିବିଆକୁ ମାନବାଧିକାର ପରିଷଦରୁ ହଟାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.