କେରଳରୁ ଫେରିଲେ କେନ୍ଦ୍ରାପଡ଼ାର ୧୪ ଜଣ ଯୁବକ

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଏର୍ଣ୍ଣାକୁଲମରୁ ଫେରିଲେ କେନ୍ଦ୍ରାପଡ଼ା ଫଳସିଂହା ପଞ୍ଚାୟତ କାଳଥିରା ଗାଁର ୧୪ ଜଣ ଯୁବକ । ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଏମାନେ ଫେରିଛନ୍ତି । ଫଳସିଂହା ପଞ୍ଚାୟତର ୨୭ରୁ ଅଧିକ ଯୁବକ ପରିବାର ପ୍ରତିପୋଷଣ ପାଇଁ କେରଳର ଏର୍ଣ୍ଣାକୁଲମ ଜିଲ୍ଲାରେ ଥିବା ସାହାର ପ୍ଲାଏଉଡ୍ କାରଖାନାରେ କାମ କରୁଥିଲେ । ଭୟଙ୍କର ବନ୍ୟାରେ ଏମାନେ ଫସି ଯାଇଥିଲେ । ପରିବାର ଲୋକଙ୍କ ଆଖିକୁ ନିଦ ନଥିଲା । ଏମାନଙ୍କୁ ପାଖରେ ପାଇବା ପରେ ବେଶ ଖୁସି ହୋଇଛନ୍ତି । ଏମାନେ ଫେରିବା ପରେ କେରଳର ଭୟଙ୍କକର ବନ୍ୟା ସଂପର୍କରେ ବଖାଣିଛନ୍ତି । ତେବେ ଏହି ପଞ୍ଚାୟତର ଆଉ ୧୦ ଜଣ ଯୁବକ କେରଳରୁ ଫେରି ନାହାନ୍ତି । ସେମାନଙ୍କ ପରିବାର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ ।