ଆସିଲା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ, ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ରହିଛି ୬୫.୧୨%

ଭୁବନେଶ୍ବର(କେନ୍ଯୁଜ୍): ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ହୋଇଥିବା ଚତୁର୍ଥ ପର୍ଯ୍ୟାୟ ସେରୋ ସର୍ଭେ ରିପୋର୍ଟ ଆସିଛି। ଏହି ତିନି ଜିଲ୍ଲାରେ ସେରୋ ପଜିଟିଭିଟି ହାର ୬୫.୧୨ ପ୍ରତିଶତ ରହିଛି। ଅର୍ଥାତ ୬୫ ପ୍ରତିଶତଙ୍କ ଶରୀରରେ ଆଣ୍ଟିବଡି ଦେଖିବାକୁ ମିଳିଛି। ଏହି ଜିଲ୍ଲାର ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ସେରୋ ପଜିଟିଭିଟି ରହିଛି ୮୫.୫୩ ପ୍ରତିଶତ। ୬୦ରୁ ଅଧିକ ବୟସଙ୍କ କ୍ଷେତ୍ରରେ ଆଣ୍ଟିବଡ଼ି ଅଧିକ ରହିଛି।

ଏହି ବର୍ଗରେ ସେରୋ ପଜିଟିଭିଟି ହାର ୮୦ ପ୍ରତିଶତରୁ ଅଧିକ। ୪୫ରୁ ୬୦ ବୟସ ବର୍ଗରେ ୭୦ ପ୍ରତିଶତରୁ ଅଧିକ, ୧୮ରୁ ୪୪ ବର୍ଷ ବୟସ ବର୍ଗରେ ୬୦ ପ୍ରତିଶତରୁ ଅଧିକ, ୧୦ରୁ ୧୭ ଓ ୬ରୁ ୯ ବର୍ଷ ବୟସ ବର୍ଗରେ ଏହା ୫୦ ପ୍ରତିଶତରୁ ଅଧିକ ରହିଛି। ଗଞ୍ଜାମ ଜିଲ୍ଲାରେ ୭୦.୯ ପ୍ରତିଶତଙ୍କ କ୍ଷେତ୍ରରେ ଆଣ୍ଟିବଡି ଥିବା ବେଳେ ରାୟଗଡ଼ାରେ ୬୩ ଓ କୋରାପୁଟରେ ୬୧.୩ ପ୍ରତିଶତଙ୍କ ପାଖରେ ଆଣ୍ଟିବଡ଼ି ରହିଛି। ଗତ ୧୬ ଜୁନରୁ ୨୦ ଜୁନ ମଧ୍ୟରେ ତିନି ଜିଲ୍ଲାରେ ସେରୋ ସର୍ଭେ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.