ଏସ୍‌ବିଆଇ ଗ୍ରାହକ ଏବେ ଅନ୍‌ଲାଇନ୍‌ରେ ବି ପାଇପାରିବେ Interest Certificate, ଜାଣନ୍ତୁ ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରୋସେସ୍‌

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଲଗାତାର ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଜ ସିଷ୍ଟମ୍‌ରେ କେତେକ ପରିବର୍ତ୍ତନ କରୁଛି। ଯେଉଁମାନେ ଏସ୍‌ବିଆଇର ଏଫ୍‌ଡି ସ୍କିମ୍‌ରେ ନିବେଶ କରିଛନ୍ତି ସେମାନଙ୍କ ପାଇଁ ବ୍ୟାଙ୍କ ନେଇ ଆସିଛି ଏକ ବଡ଼ ଅପ୍‌ଡେଟ୍‌। ନିବେଶକ ଏବେ ଅନ୍‌ଲାଇନ୍‌ରେ ହିଁ ଏଫ୍‌ଡି ଇଣ୍ଟରେଷ୍ଟ ରେଟ୍‌ ସାର୍ଟିଫିକେଟ୍‌ ପାଇପାରିବେ। ବ୍ୟାଙ୍କ ଗ୍ରାହକ ଏବେ ଏସ୍‌ବିଆଇ ନେଟ୍‌ ବ୍ୟାଙ୍କିଂ ମାଧ୍ୟମରେ ନିଜ ସାର୍ଟିଫିକେଟ୍‌ ପାଇପାରିବେ। ଫଳରେ କରୋନା ସମୟରେ ଆଉ ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଅନ୍‌ଲାଇନ୍‌ରେ ସାର୍ଟିଫିକେଟ୍‌ ଡାଉନ୍‌ଲୋଡ୍‌ କରିବା ଉପାୟ…

  • ଏସ୍‌ବିଆଇର ୱେବ୍‌ସାଇଟ୍‌ରେ ଲଗ୍‌ଇନ୍‌ କରନ୍ତୁ ଓ ପର୍ସନାଲ ବ୍ୟାଙ୍କିଂ ସେକ୍ସନ୍‌କୁ ଯାଆନ୍ତୁ।
  • ଏବେ ଇ-ସର୍ଭିସ ଉପରେ ଟ୍ୟାପ୍‌ କରନ୍ତୁ।
  • ମାଇଁ ସାର୍ଟିଫିକେଟ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏବେ ଇଣ୍ଟରେଷ୍ଟ ସାର୍ଟିଫିକେଟ୍‌ ଉପରେ କ୍ଲିକ୍‌ କରନ୍ତୁ।
  • ଏହି ୪ଟି ଷ୍ଟେପ୍‌ ସାହାଯ୍ୟରେ ଆପଣ ସହଜରେ ଏଫ୍‌ଡି ସାର୍ଟିଫିକେଟ୍‌ ପାଇପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.