ବରଗଡ଼ : ଚାକିରୀ ନାଁରେ ଠକେଇ, ଲକ୍ଷାଧିକ ଟଙ୍କା ଲୁଟିନେଇ ଫେରାର

ବରଗଡ଼ (କେନ୍ୟୁଜ୍) : ଚାକିରୀ ନାଁରେ ଠକେଇ। ଯୁବକ, ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇ ଫେରାର। ଅଭିଯୋଗ ଅନୁଯାୟୀ ବରଗଡ଼ ସହରର ମନିଷ ବାରିକ ନାମକ ଜଣେ ଯୁବକ ଏକ ସିକ୍ୟୁରିଟି ସର୍ଭିସ୍ ଖୋଲି ଯୁବକ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। କାହାକୁ ସରକାରୀ ଡାକ୍ତରଖାନାରେ ଡାଟା ଏଣ୍ଟ୍ରି ଅପରେଟର ଚାକିରୀ କରାଇ ଦେବାକୁ କହି ତ ଆଉ କାହାକୁ ଅତାବିରା ତହସିଲରେ ଚାକିରୀ କରାଇ ଦେବାପାଇଁ ଟଙ୍କା ନେଇଥିଲେ। ତେବେ ଚାକିରୀ ନଦେଇ ଫେରାର ହୋଇଯାଇଛି ମନୀଷ। ଏନେଇ ଥାନାରେ ଅଭିଯୋଗ ହେବା ପରେ ବରଗଡ଼ ପୋଲିସ ମନିଷଙ୍କ ମାଆ ଓ ଭାଇକୁ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ମନିଷକୁ ଗିରଫ କରିବା ପାଇଁ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।