କଳାହାଣ୍ଡି : ମର୍ଣ୍ଣିଂ ୱାକରେ ଯାଇଥିବାବେବେଳେ ହତ୍ୟା କରି ଫିଙ୍ଗିଲେ ଦୁର୍ବୃତ୍ତ

କଳାହାଣ୍ଡି (କେନ୍ୟୁଜ୍) : ନୃଶଂସ ହତ୍ୟା ପରେ ଫିଙ୍ଗିଦେଲେ ଦୁର୍ବୃତ୍ତ। କଲାହାଣ୍ଡି କଲମପୁର ବ୍ଲକ୍ ଡୁମେରମୁଣ୍ଡାଠାରେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ପାଣିଗାଁର କୈଳାସ ଚନ୍ଦ୍ର ମାଝି। ଆଜି ସକାଳେ କୈଳାସ ମର୍ଣ୍ଣିଂ ୱାକରେ ଯାଇଥିବାବେବେଳେ କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ତେବେ ହତ୍ୟାର କାରଣ ଜଣାପଡିନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।