Below header

ରାଇରଙ୍ଗପୁର: ନିରୀହ ଆଦିବାସୀଙ୍କୁ ଠକିବାର ନୂଆ ଫଣ୍ଡା, ଋଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା

ମୟୁରଭଞ୍ଜ(କେନ୍ୟୁଜ୍): ନିରୀହ ଆଦିବାସୀଙ୍କୁ ଠକିବାର ନୂଆ ଫଣ୍ଡା । ଋଣ ନାଁରେ ଖାଇଗଲେ ଲକ୍ଷାଧିକ ଟଙ୍କା । ମାଗଣା ଲୋନ୍‌ ଦେବା କହି ହିତାଧିକାରୀଙ୍କଠାରୁ ଖାଇଗଲେ ପ୍ରାୟ ୨୦ ଲକ୍ଷ ଟଙ୍କା । ଏଭଳି ଏକ ଘଟଣା ଆସିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଶୁଣ୍ଢଳ ଗାଁରୁ । ଅଭିଯୋଗ ଯେ, ପରିଶୋଧମୁକ୍ତ ଲୋନ୍‌ ମିଳୁଥିବା କହି ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଇଚିଣ୍ଡା ଶାଖାକୁ ହିତାଧିକାରୀଙ୍କୁ ଡାକିଥିଲେ ଦଲାଲ୍‌ । ଏହା ପରେ ଦଲାଲ୍‌ ମାନେ ଆଦିବାସୀଙ୍କ ନାଁରେ ଲୋନ୍‌ କରାଇ ରାଶିର ତିନି ଭାଗ ନିଜ ପାଖେ ରଖି ମାତ୍ର ଏକ ଭାଗ ସେମାନଙ୍କୁ ଦେଉଥିଲେ । ଏହିପରି ପ୍ରାୟ ୫୧ ଜଣ ହିତାଧିକାରୀଙ୍କଠାରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଛନ୍ତି ଦଲାଲ୍‌ । ତେବେ ଠକାମୀର ଶିକାର ହୋଇଥିବା ଜାଣି ରାଇରାଇରଙ୍ଗପୁର ଥାନାର ଦ୍ୱାରସ୍ଥ ହୋଇଥିଲେ ହିତାଧିକାରୀ । ଘଟଣାରେ ପୋଲିସ୍‌ ଯତୀନ୍‌ ଟିପିରିଆ ଏବଂ ରାମରଞ୍ଜନ ମାହାଲି ନାମକ ଦୁଇ ଦଲାଲଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଇଚିଣ୍ଡା ଶାଖାରେ ବିଜ୍‌ନେସ୍‌ କରେସପଣ୍ଡେନ୍ସ ଭାବରେ କାମ କରୁଥିବାର ଜଣାପଡିଛି । ତେବେ ଆହୁରୀ ତିନି ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି । ସେପଟେ ଘଟଣା ନେଇ ଅଧିକ ତଦନ୍ତ ଜରି ରଖିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.