ରିଲିଜ୍‌ ହେଲା ଷ୍ଟ୍ରିଟ୍‌ ଡ୍ୟାନ୍ସ ୩ଡି ର ‘ଇଲିଗାଲ ଉଇପନ ୨.୦’ ଗୀତ, ଡ୍ୟାନ୍ସିଂ ମୋଡ୍‌ରେ ନଜର ଆସିଲେ ବରୁଣ ଧଓ୍ଵନ ଓ ଶ୍ରଦ୍ଧା କପୁର

ବରୁଣ ଧଓ୍ଵନ ଓ ଶ୍ରଦ୍ଧା କପୁର ଖୁବ୍‌ଶୀଘ୍ର ଫିଲ୍ମ ଷ୍ଟ୍ରିଟ୍‌ ଡ୍ୟାନ୍ସରେ ନଜର ଆସିବାକୁ ଯାଉଛନ୍ତି। ଭାରତ- ପାକିସ୍ତାନ ମଧ୍ୟରେ ଡ୍ୟାନ୍ସ ପ୍ରତିଯୋଗିତା ଉପରେ ଆଧାରିତ ଏହି ଫିଲ୍ମର ନୂଆ ଗୀତ ଇଲିଗାଲ ଉଇପନ ୨.୦ ରିଲିଜ୍‌ ହୋଇଛି। ଗୀତରେ ବରୁଣ ଧଓ୍ଵନ ଓ ଶ୍ରଦ୍ଧା କପୁର ଡ୍ୟାନ୍ସ ଚ୍ୟାଲେଞ୍ଜ ଦେଉଥିବା ଦେଖିବାକୁ ମିଳିଛି।

ଇଲିଗାଲ ଉଇପନ ୨.୦ ଗୀତକୁ ଜସ୍ମିନ୍‌ ସେଣ୍ଡେଲ୍ସ ଓ ଗେରୀ ସନ୍ଧୁ ଗାଇଛନ୍ତି। ତାନିସ୍କ ବାଗ୍‌ଚୀ ମ୍ୟୁଜିକ୍‌ ଦେଇଥିବା ବେଳେ ଗୀତ ଲେଖିଛନ୍ତି ପ୍ରିୟା ସରଗରିଆ। ପଞ୍ଜାବୀ ଗୀତ ଇଲିଗାଲ ଉଇପନ୍‌କୁ ଷ୍ଟ୍ରିଟ୍‌ ଡ୍ୟାନ୍ସ ୩ଡି ପାଇଁ ରି କ୍ରିଏଟ୍‌ କରାଯାଇଛି। ପୂର୍ବ ଗୀତରେ ମଧ୍ୟ ଜସ୍ମିନ୍‌ ସେଣ୍ଡେଲ୍ସ ଓ ଗେରୀ ସନ୍ଧୁ କଣ୍ଠଦାନ କରିଥିଲେ।

Video Courtesy: T-Series

ଗୀତର ଟିଜର ଏବେ ରିଲିଜ୍‌ ହୋଇଛି। ଶ୍ରଦ୍ଧା କପୁର ଏହି ଟିଜର ସେୟାର କରି ଲେଖିଛନ୍ତି ଯୁଦ୍ଧ ଜାରି ରହିଛି। ସହଜ(ବରୁଣ ଧଓ୍ଵନ) ଏବେ ସମୟ ଆସିଗଲା।

 

View this post on Instagram

 

The battle is ON. #IllegalWeapon2.0 tomorrow. Sahej, the time has come @varundvn #StreetDancer3d

A post shared by INAYAT ~ (@shraddhakapoor) on

ସୂଚନାନୁଯାୟୀ, ଷ୍ଟ୍ରିଟ୍‌ ଡ୍ୟାନ୍ସରେ ବରୁଣ ଧଓ୍ଵନ, ଶ୍ରଦ୍ଧା କପୁର, ନୋରା ଫତେହୀ ଓ ପ୍ରଭୂଦେବା ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହା ଏବିସିଡିର ତୃତୀୟ ପାର୍ଟ। ଫିଲ୍ମରେ ରେମୋ ଡିସୁଜା ନିର୍ଦ୍ଦେଶନା ଦେଉଥିବା ବେଳେ ୨୪ ଜାନୁୟାରୀ ୨୦୨୦ରେ ଏହା ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.