ବ୍ରହ୍ମପୁରରେ ନକଲି ସାମ୍ୱାଦିକ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ମାଳ ମାଳ ନକଲି ସାମ୍ୱାଦିକ ବୁଲୁଥିବା ଅଭିଯୋଗ ହୋଇଆସୁଛି। ଏହା ସହ ଏହି ନକଲି ସାମ୍ୱାଦିକ ମାନେ ନିଜକୁ ସାମ୍ୱାଦିକର ପରିଚୟ ଦେଇ ବିଭିନ୍ନ ସରକାରୀ ଓ ବେସକାରୀ ଅନୁଷ୍ଠାନରେ ନିଜର ସ୍ୱାର୍ଥ ହାସଲ କରୁଥିବା ମଧ୍ୟ ନଜିର ରହିଛି। ତେବେ ଏଭଳି ଏକ ନକଲି ସାମ୍ୱାଦିକକୁ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗତ କାଲି ସଂଧ୍ୟାରେ ପୋଲିସ ଟିମ୍ ସହରରେ ମୋଟର ସାଇକେଲ ଯାଞ୍ଚ କରୁଥିବା ବେଳେ ଏହି ନକଲି ସାମ୍ୱାଦିକ ପୋଲିସ ହାବୁଡ଼ରେ ପଡିଥିଲେ । ପ୍ରଥମେ ସାମ୍ୱାଦିକ ବୋଲି ପୋଲିସକୁ ଧମକାଇ ଦୁବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ପୋଲିସକୁ ସନ୍ଦେହ ଆସିବା ପରେ ନିଜର ପରିଚୟ ପତ୍ର ଦେଖାଇବା ଲାଗି ପୋଲିସ ପକ୍ଷରୁ କୁହାଯାଇଥିଲା। ପରେ ସଂପୃକ୍ତ ନକଲି ସାମ୍ୱାଦିକ ଜଣକ ଅନ୍ୟ ବ୍ୟକ୍ତିଙ୍କ ନାମରେ ଥିବା ସାମ୍ୱାଦିକ ପରିଚୟ ପତ୍ର ଦେଖାଇଥିଲେ । ପରେ ପୋଲିସ ପଚାରା ଉଚୁରା କରିବା ପରେ ଆଜି ନକଲି ସାମ୍ୱାଦିକ ପ୍ରସାଦ କୁମାର ସାହୁଙ୍କୁ ଗିରଫ କରିଯାଇଛି । ଗିରଫ ପ୍ରସାଦଙ୍କ ଘର ସହରର ବିଷ୍ଣୁ ନଗରର ଅଞ୍ଚଳରେ ବୋଲି ପୋଲିସ ସୂଚନା ଦେଇଛି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପରେ ବ୍ରହ୍ମପୁର ସାମ୍ୱାଦିକଙ୍କ ପକ୍ଷରୁ ପୋଲିସକୁ ଧନ୍ୟବାଦ ଜଣାଇବା ସହ ସହରରେ ବୁଲୁଥିବା ଅନ୍ୟ ନକଲି ସମ୍ୱାଦିକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.