Below header

ଭୁବନେଶ୍ୱର: ଯାତ୍ରୀ ପରିବହନ ସହ ଆଉ ପାଦେ ଆଗେଇଲା ମୋ ବସ୍‌, ମାଗଣାରେ ଛାତ୍ରଛାତ୍ରୀଙ୍କୁ ନେଲା ପରୀକ୍ଷା କେନ୍ଦ୍ର

ଭୁବନେଶ୍ବର(କେନ୍ୟୁଜ୍):  ଯାତ୍ରୀ ପରିବହନ ସହ ଆଉ ପାଦେ ଆଗେଇଛି ଭୁବନେଶ୍ୱରରେ ଚାଲୁଥିବା ମୋ ବସ୍‌ । ୫୦ ଜଣ ସ୍କୁଲ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ଥିବା ମେଥ୍‌ ଅଲିମ୍ପିଆଡ୍‌ ପରୀକ୍ଷା କେନ୍ଦ୍ରରେ ଛାଡିଥିଲା ମୋ ବସ୍‌ । ଭିଙ୍ଗାରପୁରରେ ରହିଛି ରିତପାଲି ବିଦ୍ୟାପୀଠ । ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପଢାଯାଉଛି । ପ୍ରତିବର୍ଷ ମନୋନିତ ୭୫ ଜଣ ପିଲାଙ୍କୁ ମାଗଣାରେ ଶିକ୍ଷା ସହ ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥାଏ । ଗତ ବର୍ଷ ଏକ ପ୍ରାଇଭେଟ୍‌ ବସ୍‌ରେ ପିଲାଙ୍କୁ ପରୀକ୍ଷା କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଅଧିକ ଖର୍ଚ୍ଚ ପଡୁଥିବାରୁ ଜଣେ ଅଭିଭାବକ କ୍ୟାପିଟାଲ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ ଅଫିସ୍‌ ସହ ଯୋଗାଯୋଗ କରିବାକୁ କହିଥିଲେ । ଏହା ପରେ ପିଲାଙ୍କ ନେବା ଆଣିବା ପାଇଁ ଦୁଇଟି ମୋ ବସ୍‌ ଯୋଗାଇ ଦିଆଯାଇଥିଲା । ପରୀକ୍ଷା କେନ୍ଦ୍ରକୁ ନେବା ପରେ ମୋ ବସ୍‌ ପିଲାଙ୍କୁ ଆଣି ହଷ୍ଟେଲରେ ଛାଡିଥିଲା । ଏହା ପରେ ମୋ ବସ୍‌ ପକ୍ଷରୁ ପିଲାଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.