ଆମେରିକୀୟ ୟୁନିଭର୍ସିଟିରେ ନିଃଶୁଳ୍କ ପଢାଯିବ ହିନ୍ଦୀ, ୨୮ ଅଗଷ୍ଟରୁ ଆରମ୍ଭ ହେବ ପାଠ୍ୟକ୍ରମ
ଆମେରିକାରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ ଦୂତାବାସ ଲୋକ ମାନଙ୍କ ଦାବିକୁ ଆଖିରେ ରଖି ଜର୍ଜ ୱାସିଂଟନ୍ ୟୁନିଭର୍ସସିଟିରେ ଛାତ୍ର ମାନଙ୍କ ପାଇଁ ନିଃଶୁଳ୍କ ହିନ୍ଦୀ ପାଠପଢା ସଞ୍ଚାଳନ କରିବେ । ଛଅ ସପ୍ତାହର ନନ୍ କ୍ରେଡିଟ୍ ହିନ୍ଦୀ ଭାଷାର ପାଠ୍ୟକ୍ରମ ୨୮ ଅଗଷ୍ଟ କୁ ଆରମ୍ଭ ହେବ ଏବଂ ଭାରତୀୟ ସଂସ୍କ୍ରୁତି ବିଷୟର ଶିକ୍ଷକ ଡକ୍ଟର ମୋକ୍ଷରାଜ ଏହି ଶିକ୍ଷାଦାନ କରିବେ।
ଏହାସହ ପଢନ୍ତୁ : ମହଙ୍ଗା ହେଲା ସିବିଏସ୍ସି ପାଠ ପଢା: ଏସ୍ସି ଏସ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଗୁଣା ଓ ସାଧାରଣ ବର୍ଗଙ୍କ ପାଇଁ…
ଚଳିତ ବର୍ଷ ଆରମ୍ଭରୁ ଦୂତାବାସ ନିଜର ପରିସରରେ ଏକ ଘଣ୍ଟାର ନିଶୁଳ୍କ ସାପ୍ତାହିକ ଶ୍ରେଣୀ ସଞ୍ଚାଳନ କରିଥିଲେ । ଏହି ପାଠ୍ୟକ୍ରମ ଜରିଆରେ ଉତ୍ସାହକ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ବହୁତ କମ୍ ସମୟରେ ସାତଟି ଦେଶର ୮୭ ଛାତ୍ର ନାମାଙ୍କନ କରିଥିଲେ । ବିଶ୍ବ ବିଦ୍ୟାଳୟ ସ୍ଥିତ ସିଗୁର ସେଣ୍ଟର ଫର ଏସିଆନ୍ ଷ୍ଟଡିଜ୍ ର ନିର୍ଦ୍ଦେଶକ ବେଞ୍ଜାମିନ୍ ଡି ହପକିଂସ ଏବଂ ଆସୋସିଏଟ ନିର୍ଦ୍ଦେଶକ ଦିପା ଏମ୍ ଓଲ୍ଲାପଲ୍ଲୀ ନିକଟରେ ଆମେରିକା ସ୍ଥିତ ଭାରତୀୟ ରାଜଦୂତକୁ ପତ୍ର ଲେଖିଥିଲେ କି ଏହା ଏ ଦିଗକୁ ଇଙ୍ଗିତ କରୁଛି କି, ଛାତ୍ରମାନଙ୍କ ମଧ୍ୟରେ ହିନ୍ଦୀ ଭାଷା ପଢିବାରେ ଆଗ୍ରହ ରହିଛି । ହିନ୍ଦୀ ଭାଷା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦିଗ ବିଷୟରେ ଜାଣିବା ସହିତ ଏହି ଭାଷାକୁ କହିବା ମଧ୍ୟ ଶିଖିପାରିବେ ।