‘କୁଲି ନମ୍ବର ଓ୍ଵାନ’ର ଫାଷ୍ଟ ଲୁକ୍‌ ରିଲିଜ୍‌, ଏହି ଅନ୍ଦାଜରେ ଦେଖାଯିବେ ବରୁଣ ଧଓ୍ଵନ

ବରୁଣ ଧଓ୍ଵନ ଏବଂ ସାରା ଅଲ୍ଲୀ ଖାନଙ୍କ ଫିଲ୍ମ କୁଲି ନମ୍ବର ଓ୍ଵାନର ଫାଷ୍ଟ ଲୁକ୍‌ ରିଲିଜ୍‌ କରାଯାଇଛି। ପୋଷ୍ଟରରେ ବରୁଣ ଧଓ୍ଵନ କୁଲି ରୂପରେ ନଜର ଆସୁଛନ୍ତି। ସେ ଲାଲ ରଙ୍ଗର କୁର୍ତ୍ତା ସହିତ ଧଳା ପ୍ୟାଣ୍ଟ ପିନ୍ଧିଛନ୍ତି। ଏହାସହିତ ମୁଣ୍ଡରେ ଧଳା ରଙ୍ଗର ଟୋପି ମଧ୍ୟ ଲଗାଇଛନ୍ତି। ବରୁଣ ଧଓ୍ଵନ ହାତରେ ନମ୍ବର ଓ୍ଵାନର ଇସାରା କରିଥିବା ନଜର ଆସିଛନ୍ତି।

ଏହାସହ ପଢନ୍ତୁ : ବରୁଣ ଧଓ୍ଵନ ନିଜ ପିଲାଦିନର ବନ୍ଧୁଙ୍କୁ ଗୋପନରେ କଲେ ନିର୍ବନ୍ଧ

ଏହି ଫିଲ୍ମ ଗୋବିନ୍ଦାଙ୍କ ସୁପରହିଟ ଫିଲ୍ମ କୁଲି ନମ୍ବର ଓ୍ଵାନର ରିମେକ ଯାହା ୧୯୯୫ରେ ରିଲିଜ୍‌ ହୋଇଥିଲା। ଗୋବିନ୍ଦାଙ୍କ ସହିତ ଫିଲ୍ମରେ କରିଶ୍ମା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଡେବିଡ୍‌ ଧଓ୍ଵନ।

ବର୍ତ୍ତମାନ ଫିଲ୍ମର ଶୁଟିଂ ବେକଂକରେ ଆରମ୍ଭ ହୋଇସାରିଲାଣି। ବକ୍ସ ଅଫିସରେ ଏହି ଫିଲ୍ମ ୧ ମେ ୨୦୨୦ରେ ରିଲିଜ୍‌ ହେବ।