ଭୁବନେଶ୍ୱର : ଦିନରେ ଘରୁ ରାତିରେ ଦୋକାନରୁ ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ ଚୋରି ଦୃଶ୍ୟ କଏଦ

ଭୁବନେଶ୍ୱର (କେ ନ୍ୟୁଜ୍‌) : ବର୍ତ୍ତମାନ କରୋନା ଲକ୍‌ଡାଉନ୍‌ ସମୟରେ ସମସ୍ତେ ଘରେ ରହୁଛନ୍ତି । ହେଲେ ତା ଭିତରେ ମଧ୍ୟ ସକ୍ରିୟ ଅଛନ୍ତି ଚୋର । ଗତକାଲି ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଦିନ ବେଳା ଦୁଇ ଜଣ ଚୋର ଆସି ଘର ଭିତରୁ ଗ୍ୟାସ୍‌ ଟାଙ୍କି ଉଠାଇ ନେଇଛନ୍ତି । ପୁଣି ରାତିରେ ସେହି ଘର ସାମନାରେ ଥିବା ଏକ ଦୋକାନରୁ ଫ୍ରିଜ୍‌ ଚୋରି କରି ନେଇଛନ୍ତି । ଯାହାର ସିସିଟିଭି ଫୁଟେଜ୍‌ ଲାଗିଛି କେ ନ୍ୟୁଜ୍‌ ହାତରେ । ପୋଲିସ୍‌ ଘଟଣାର ତଦନ୍ତ କରୁଛି । ଗତକାଲି ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଦୁଇ ଜଣ ଯୁବକ ଗୋଟିଏ ସ୍କୁଟିରେ ଆସି ପହଞ୍ଚିବା ପରେ ଜଣେ ଗାଡ଼ିକୁ ଷ୍ଟାର୍ଟରେ ରଖିଛନ୍ତି । ଅନ୍ୟ ଜଣେ ଗାଡ଼ିରୁ ଓହ୍ଲାଇ ପୂର୍ବରୁ ଜଣା ଥିଲା ଭଳି ଗେଟ୍‌ ବାଟେ ଘର ଦୁଆର ମୁହଁରେ ଥିବା ଗ୍ୟାସ୍‌ ସିଲିଣ୍ଡର ଉଠାଇ ପଳାଇ ଆସୁଛି । ପୁଣି ରାତି ପ୍ରାୟ ସାଢ଼େ ୩ଟା ବେଳେ ସେହି ଘର ସାମନାରେ ଥିବା ଏକ ଦୋକାନରୁ ଫ୍ରିଜ୍‌ ମଧ୍ୟ ନେଇ ଯାଇଛନ୍ତି । ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଛି ।
ତେଣୁ ସାବଧାନ, ଶୂନ୍‌ଶାନ୍‌ ରାସ୍ତା ଓ ଖାଲି ଘର ଦେଖି ଚୋରମାନେ ଏବେ ଟାର୍ଗେଟ୍‌ କରି ପାରନ୍ତି । କିଛି ଦିନ ତଳେ ଖଣ୍ଡଗିରି ଥାନା ଅଧୀନରେ ଥିବା ବରମୁଣ୍ଡା ଗ୍ରାମ ବେହେରା ସାହି ମଙ୍ଗଳା ମନ୍ଦିର ନିକଟରୁ ଚୋରି ହୋଇଥିଲା । ଲୁଟେରାମାନେ ଘରେ ପଶି ସୁନା ଗହଣା ଓ ଟଙ୍କା ଲୁଟି ନେଇଥିଲେ । ପୁଣି ଘରେ ସମସ୍ତେ ଶୋଇବା ଅବସ୍ଥାରେ ।

ଦେଖନ୍ତୁ ସିସିଟିଭି ଦୃଶ୍ୟ…

https://www.facebook.com/knewsodisha/videos/261824974986593/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.