Below header

ରାଜଧାନୀ ଉପକଣ୍ଠ ହଳଦୀ ପଡିଆ ବସ୍ତିରେ ବୁନ୍ଦେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ, ଡହ ଡହ ଖରାରେ ଠିଆ ହେଉଛନ୍ତି ଧାଡି ହୋଇ

ଭୁବନେଶ୍ବର: ବର୍ତ୍ତମାନ ସାରା ବିଶ୍ବରେ ଆତଙ୍କ ଖେଳାଇଛି କରୋନା ଭାଇରସ୍ । ବିଭିନ୍ନ ବର୍ଗର ଲୋକେ ଏହି ଭାଇରସରେ ପ୍ରଭାବିତ ହୋଇଛନ୍ତି । ଯାହାକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସାରା ରାଜ୍ଯରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରଭାବ ଦେଖିବାକୁ ମିଳିଛି । ପାରଦ ବଢିବା ସହିତ ଅସହ୍ଯ ତାତି ଅନୁଭୂତ ହେଉଛି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି ।

potଏଭଳି ସମୟରେ ଯଦି କେଉଁଠି ପାଣିର ଅଭାବ ପରିଲିକ୍ଷିତ ହୁଏ ତେବେ ବୋଝ ଉପରେ ଲଳିତା ବିଡା ଭଳି ମନେହେବ ନିଶ୍ଚୟ । ଯେଉଁଭଳି ସ୍ଥିତି ଦେଇ ଗତି କରୁଛନ୍ତି ବର୍ତ୍ତମାନ କିଛି ଲୋକେ। ଯେଉଁ ମାନଙ୍କ ପାଇଁ ପାଣି ବୁନ୍ଦେ ପାଇବା ଅସମ୍ଭବ ପ୍ରାୟ ହୋଇପଡିଛି। ଏହା କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ ବରଂ ଖୋଦ୍ ରାଜଧାନୀ ଉପକଣ୍ଠ ଲକ୍ଷ୍ମୀସାଗର ହଳଦୀ ପଡିଆ ବସ୍ତିର ଦୃଶ୍ୟ । ଯେଉଁଠି ପାଣି ଟିକେ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । ଘଣ୍ଟା ଘଣ୍ଟା ଧରି ଡହ ଡହ ଖରାରେ ଧାଡି କରି ଠିଆ ହେଉଛନ୍ତି।

waterତାଉପରେ ପୁଣି ପାଣି ନେବା ପାଇଁ ଟଣାଓଟରା ହୋଇ ନିଜ ନିଜ ବହେ ପାଟି ତୁଣ୍ଡ ଲାଗିପଡୁଛନ୍ତି। ତେବେ ପାଖାପାଖି ୨୦ ଦିନ ହେବ ଏଭଳି ପରିସ୍ଥିତି ଦେଇ ଗତି କରୁଛନ୍ତି ଏହି ବସ୍ତି ବାସିନ୍ଦା। କରୋନାକୁ ନେଇ ସାମାଜିକ ଦୂରତାର ଭୟ ଏମାନଙ୍କ ଆଗରେ ହାର ମାନିଛି । ଜୀବନ ବିକଳରେ ଟୋପେ ପାଣି ପାଇଁ କରୋନା ଭଳି ମାରାତ୍ମକ ଭାଇରସକୁ ଏମାନେ ଖାତିର କରୁନାହାନ୍ତି । ତେବେ ଏହି ସମସ୍ଯାକୁ ତୁରନ୍ତ ସମାଧାନ କରିବାକୁ ଏହି ବସ୍ତି ବାସିନ୍ଦା ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.