କରୋନା ଯୋଗୁ ବନ୍ଦ ହୋଇପଡ଼ିଛି ଶ୍ରୀମନ୍ଦିର, ସଙ୍କଟରେ ସେବାୟତ ପରିବାର

କରୋନା ଯୋଗୁ ଏବେ ସାରା ଦେଶ ଆତଙ୍କିତ। ସଂକ୍ରମଣ ଭୟରେ ଏବେ ଲକଡାଉନ ଅବଧିକୁ ମଧ୍ୟ କେନ୍ଦ୍ର ସରକାର ମେ ୩ ଯାଏଁ ବଢ଼ାଇ ଦେଇଛନ୍ତି। ଜନଗହଳି ସ୍ଥାନରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ଥିବାରୁ ଦେଶର ସମସ୍ତ ବଡ଼ ବଡ଼ ମନ୍ଦିରକୁ ବନ୍ଦ କରିଦିଆଯାଇଛି। ଫଳରେ ଏହାର ସିଧାସଳଖ ପ୍ରଭାବ ମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସେବାୟତ ଓ ଅନ୍ୟାନ୍ୟ ସେବକଙ୍କ ଉପରେ ପଡ଼ିଛି। ପୁରୀ ଶ୍ରୀମନ୍ଦିର ଉପରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି।

Puri Daitapati s visiting Garoi on 8-May-2015. Daitapati of Lord ...

ଗତ ମାର୍ଚ୍ଚ ୨୦ ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଏହି କଟକଣାକୁ ମାର୍ଚ୍ଚ ୩୦ ଯାଏଁ ବୃଦ୍ଧି କରାଯାଇଥିଲା। ପରେ ଦେଶରେ ଲକଡାଉନ ଲାଗୁ ହେବାରୁ ଏହା ଏପ୍ରିଲ ୧୪ ଯାଏଁ ଘୁଞ୍ଚିଥିଲା। ସେବାୟତମାନେ ଆଶା ବାନ୍ଧିଥିଲେ ଏଥରକ ନିଶ୍ଚୟ ମହାପ୍ରଭୁ ତାଙ୍କ ଡାକ ଶୁଣିବେ ଓ ମନ୍ଦିର ଖୋଲିବ। କିନ୍ତୁ ଆଜି ପ୍ରଧାନମନ୍ତ୍ରୀଙ୍କ ଲାକଡାଉନ ଅବଧି ବୃଦ୍ଧି ନେଇ ଘୋଷଣା ହେବା ପରେ ସବୁ ଆଶା ଧୂଳିସାତ ହୋଇଯାଇଛି। ଏବେ ମେ ୩ ଯାଏଁ ମନ୍ଦିର ଖୋଲିବା ନେଇ ଆଶଙ୍କା ଦେଖାଦେଇଛି।

TNI News Desk on Twitter: "Breathtaking pictures of #Puri ...

ଦୀର୍ଘଦିନ ମନ୍ଦିର ବନ୍ଦ ରହିବା ଯୋଗୁ ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରୀମନ୍ଦିର ଉପରେ ନିର୍ଭର କରି ଚଳୁଥିବା ସେବକ। ଲକଡାଉନ ତଥା ମନ୍ଦିର ବନ୍ଦ ହେବା ଦିନଠୁ ପ୍ରାୟ ୧୦ ହଜାରରୁ ଅଧିକ ସେବାୟତ ଓ ୩ ହଜାର ଯାତ୍ରୀ ଗୁମାସ୍ତାଙ୍କ ରୋଜଗାର ପ୍ରଭାବିତ ହୋଇଛି।Trinity recover from illness- The New Indian Express

ରିପୋର୍ଟ ମୁତାବକ ପ୍ରାୟ ୭୦ ପ୍ରତିଶତ ସେବାୟତ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି। ମନ୍ଦିର ହିଁ ସେମାନଙ୍କ ଏକମାତ୍ର ରୋଜଗାରର ମାଧ୍ୟମ। ଭକ୍ତଙ୍କ ଦାନଦକ୍ଷିଣାରେ ସେମାନଙ୍କ ପରିବାର ଚଳେ। ଏବେ ମନ୍ଦିର ବନ୍ଦ ଥିବାରୁ ଭକ୍ତଙ୍କ ଯିବା ଆସିବା ଠପ୍ ହୋଇଯାଇଛି। ଫଳରେ ସେମାନେ ଚଳିବେ କେମିତି ସେ ଚିନ୍ତା ଏବେ ଘାରିଛି। ଏଭଳି ସ୍ଥିତିରେ ସରକାର ଶ୍ରୀମନ୍ଦିର ସେବାୟତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେମାନେ ଅନୁରୋଧ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.