Below header

କରୋନା ଭୟରେ ମୃତଦେହକୁ ମିିଳିଲାନି କାନ୍ଧ, ଟ୍ରଲିରେ ବୋହିଲେ ପୁଅ, ପୁତୁରା, ଝିଆରୀ

ଗଞ୍ଜାମ(କେ ନ୍ୟୁଜ):  ମୃତଦେହକୁ ମିିଳିଲାନି କାନ୍ଧ। ମୃତଦେହକୁ ଟ୍ରଲିରେ ଟାଣି ଟାଣି ଶ୍ମଶାନ ଯାଏ ନେଲେ ପୁତୁରା , ପୁଅ ଓ ଝିଆରୀ । ଗଞ୍ଜାମ ଜିଲ୍ଲା ପାତ୍ରପୁରରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପାତ୍ରପୁରରେ ଆଜି ଜଣଙ୍କର ମେଡିକାଲରେ ମୃତ୍ୟୁ ହୋଇଥିଲା। ମୃତଦେହକୁ ନେବା ପାଇଁ କାହାକୁ ଡାକିଲେ ଥିଲେ ବି କେହି ଆସିନଥିଲେ । ଆଉ ପରେ ବାଧ୍ୟହୋଇ ଅଂଟାଭିଡ଼ିଲେ ଘର ଲୋକେ । ମୃତଦେହକୁ ଟ୍ରଲିରେ ଟାଣି ଟାଣି ଶ୍ମଶାନ ଯାଏ ନେଲେ ପୁଅ, ପୁତୁରା ଓ ଝିଆରୀ । ସୂଚନା ଅନୁଯାୟୀ ଆଜି ସକାଳ ୮ଟାରେ ତାଙ୍କୁ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଶରୀରରେ ଅକ୍ସିଜେନ ସ୍ତର

କମିଯାଇଥିବାରୁ ତାଙ୍କର ସଙ୍ଗେ ସଙ୍ଗେ ଚିକିତ୍ସା ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଚନ୍ଦ୍ରଶେଖର ଆଖି ବୁଜିଥିଲେ । ହେଲେ ଡାକ୍ତରଖାନା ଶଯ୍ୟାରେ ମୃତଦେହ ସେମିତି ପଡ଼ି ରହିଥିଲା। ଗାଁଲୋକ କେହି ନଆସିବାରୁ ମୃତକଙ୍କ ପୁତୁରା ଦୀନବନ୍ଧୁ ମହାନ୍ତି ଏକ ଟ୍ରଲି ଯୋଗାଡ଼ କରିଥିଲେ । ଆଉ ତାଙ୍କ ପୁଅ ଓ ଝିଆରୀ ମିଶି ମୃତଦେହକୁ ରିକ୍ସାରେ ରଖି ମଶାଣିକୁ ନେଇଥିଲେ । ପିପିଇ କିଟ୍‌ ପିନ୍ଧି ମୃତଦେହକୁ ଦାହ କରାଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.