କରୋନା ପୀଡ଼ିତା ମାଆକୁ ମିଳିଲାନି ଅକ୍ସିଜେନ ବେଡ, ତ ଝିଅ ଅଧ ଲିଟର ସାନିଟାଇଜର ପିଇ କରି ଦେଲା ଆତ୍ମହତ୍ୟା

ସାରା ଦେଶରେ କରୋନାର ସଙ୍କଟଜନକ ସ୍ଥିତି ଭିତରେ ମହାରାଷ୍ଟ୍ରର ନାସିକରୁ ଅତି ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାରେ ଜଣେ ଝିଅ ମାଆର ମୃତ୍ୟୁରେ ଭାଙ୍ଗିପଡ଼ି ନିଜେ ଆତ୍ମହତ୍ୟା କରି ଦେଇଛି। ଖବରରୁ ଜଣାପଡ଼ିଛି, ଅକ୍ସିଜେନ ବେଡ ନ ମିଳିବାରୁ ମହିଳାଙ୍କ ପ୍ରାଣ ଚାଲିଯାଇଥିଲା। ଆଉ ଏଥିରେ ଦୁଃଖୀ ହୋଇ ତାଙ୍କର ୨୦ ବର୍ଷୀୟା ଝିଅ ଅଧ ଲିଟର ସାନିଟାଇଜର ପିଇ ହସ୍ପିଟାଲ କ୍ୟାମ୍ପସରେ ହିଁ ଜୀବନ ଦେଇ ଦେଇଥିଲେ।

ଆତ୍ମହତ୍ୟା କରିଥିବା ଯୁବତୀଙ୍କ ନାଁ ଶିବନୀ, ଘର ନାସିକର ଦିଣ୍ଡୋରୀ ତହସିଲ ଅନ୍ତର୍ଗତ ଆଶେଗାଁରେ। ସୂଚନା ମୁତାବକ, ମାଆଙ୍କ ଦେହ ବହୁତ ଖରାପ ହେବାରୁ ଶିବନୀ ତାଙ୍କୁ ନାସିକ ରୋଡସ୍ଥିତ ବିଟକୋ କୋଭିଡ ସେଣ୍ଟର ନେଇଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ଅକ୍ସିଜେନ ବେଡ ମିଳି ନ ଥିଲା, ଯେଉଁ କାରଣରୁ ତାଙ୍କ ମାଆ ଆଖି ବୁଝିଥିଲେ।

ଏଥିରୁ ଶିବନୀଙ୍କୁ ମାନସିକ ଧକ୍କା ଲାଗିଥିଲା ଏବଂ ସେ ସାନିଟାଇଜର ପିଇ ଆତ୍ମହତ୍ୟା କରି ଦେଇଥିଲେ। ସୂଚନାଥାଉ କି, ନାସିକରେ କରୋନା ମାମଲା ବଢି ଚାଲିଥିବାରୁ ଅକ୍ସିଜେନ ବେଡ ପାଇଁ ରୋଗୀମାନଙ୍କୁ ବହୁତ ଜଟିଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ୁଛି।