କରୋନା ପ୍ରଭାବିତଙ୍କ ପାଇଁ “ଲଙ୍ଗ୍‌ ଟର୍ମ ଲୋନ୍‌” ବ୍ୟବସ୍ଥା ଘୋଷଣା ପାଇଁ ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: କୋଭିଡ ସହ ଜଡ଼ିତ ଭିତ୍ତିଭୂମି ପାଇଁ ୫୦ ହଜାର କୋଟିର ଋଣ ଘୋଷଣା କରାଯାଇଛି। କରୋନା ପ୍ରଭାବରୁ କିଛିଟା ସୁଧୁରୁଛି ବିଶ୍ୱ ଅର୍ଥନୀତି । ଗତବର୍ଷରୁ କରୋନା ସହ ସାରା ଦେଶ ଲଢୁଛି। ପୁଣି ଥରେ ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ପାଇଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । କରୋନା ପ୍ରଭାବରୁ ବିଶ୍ୱ ଅର୍ଥନୀତି ସୁଧୁରୁଛି । ପରିସ୍ଥିତି ଉପରେ ନଜର ରଖିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ । କରୋନା ପ୍ରଭାବିତଙ୍କ ପାଇଁ “ଲଙ୍ଗ୍‌ ଟର୍ମ ଲୋନ୍‌” ବ୍ୟବସ୍ଥା କରାଯାଇଛି ।

ଛୋଟ ଛୋଟ ବ୍ୟାଙ୍କମାନେ ପ୍ରଭାବିତଙ୍କୁ ଋଣ ଯୋଗାଇ ଦେବେ। ୨୦୨୧-୨୨ରେ ଦେଶର ଅର୍ଥନୀତି ସ୍ଥିର ରହିବା ନେଇ ଆଶା ରହିଛି। ଟିକା ନିର୍ମାତା, ଉତ୍ପାଦକ ଓ ହସ୍ପିଟାଲଗୁଡ଼ିକୁ ଋଣ ଦେବାକୁ ଘୋଷଣା କରାଯାଇଛି। ୨୦୨୨ ମାର୍ଚ୍ଚ ୩୧ ଯାଏଁ ଏହି ସୁବିଧା ଉପଲବ୍ଧ ରହିବ। କରୋନା ସ୍ଥିତିକୁ ନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରେସ୍‌ମିଟରେ ଏହି ସୂଚନା ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.