ପୁଣି ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ଜିଏ ବିଭାଗ ଜାରି କଲା ନିର୍ଦ୍ଦେଶନାମା

କେନ୍ୟୁଜ୍(ବ୍ୟୁରୋ):  ସଂକ୍ରମଣ ବଢିବା ଆଶଙ୍କା ସହ ଫେରୁଛି କଟକଣା। ଏବେ ପୁଣି ଥରେ ସରକାରୀ କାର୍ଯ୍ୟାଳୟରେ କୋଭିଡ୍‌ ଗାଇଡ ଲାଇନ କଡ଼ାକଡି ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ। ଅଫିସ ଭିତରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏଥିରେ ବ୍ୟତିକ୍ରମ ହେଲେ ଏହାକୁ ବିଶୃଙ୍ଖଳା ବୋଲି ବିଚାର କରାଯିବ। ସବୁ ସମୟରେ ଦୁଇ ଜଣଙ୍କ ମଧ୍ୟରେ ୨ମିଟର ସାମାଜିକ ଦୂରତା ନିୟମ କଡାକଡି ହେବ। କରିଡରରେ ଏକାଠି ହୋଇ ଗହଳି କରିବା ମନା। କର୍ମଚାରୀ ନିୟମିତ ହାତ ଧୋଇବେ।

କମ୍ କର୍ମଚାରୀ ଓ ଅଧିକାରୀଙ୍କୁ ନେଇ ଅଫିସ ମିଟିଂ କରିବାକୁ ପଡିବ। ଭିଡିଓ କନ୍‌ଫରେସିଂ ଜରିଆରେ ମିଟିଂ ପାଇଁ ଦିଆଯାଇଛି ପରାମର୍ଶ। ଅଫିସ ବିଲଡିଂଗୁଡିକୁ ଠିକ୍‌ରେ ସାନିଟାଇଜ ସହ ଅଫିସ ଗାଡିର ଭିତରକୁ ନିୟମିତ ବିଶୋଧନୀକରଣ କରିବାକୁ ପଡିବ। ଅଫିସ ପ୍ରବେଶ ସ୍ଥାନରେ ସାନିଟାଇଜର ବ୍ୟବସ୍ଥା ରଖିବା ବାଧ୍ୟତାମୂଳକ କରାଯାଇଛି। ବରିଷ୍ଠ କର୍ମଚାରୀ, ଗର୍ଭବତୀ କର୍ମଚାରୀଙ୍କୁ ଜନସାଧାରଣଙ୍କ ସହ ସିଧା ସମ୍ପର୍କରୁ ଦୂରେଇ ରହିବାକୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.