ଗଜପତି: ନକଲି କୋଭିଡ-୧୯ କାର୍ଡ ପ୍ରସ୍ତୁତକାରୀ ଦୋକାନ ଉପରେ ଚଢ଼ଉ କଲେ ଗଜପତି ଏସ୍‌ପି ସାରା ଶର୍ମା

ପାରଳାଖେମୁଣ୍ଡି (କେନ୍ୟୁଜ୍‌) : କୋରନା ଭାଇରସ୍ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା କରାଯାଇଛି । ସମସ୍ତେ କିପରି ସୁରକ୍ଷିତ ରହିବେ ସେଥିପାଇଁ ଅତି ଆବଶ୍ୟକ ନଥିଲେ ଘରୁ ବାହରନ୍ତୁ ନ ହେଲେ ଘର ଭିତରେ ରହିବାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ଅନୁରୋଧ କରିଛନ୍ତି । କିନ୍ତୁ ଗଜପତି ଜିଲ୍ଲାର ପ୍ରମୁଖ ସହର ପାରଳାଖେମୁଣ୍ଡିର କିଛି ଲୋକ ବିନା କାରଣରେ ବାହାରେ ବୁଲିବାର ଦେଖା ଯାଉଛି । ତାହା ପୁଣି ଜାଲ୍‌ କାମ କରି ।

କୋଭିଡ – ୧୯ କାର୍ଡ଼ ସହ ସେଥିରେ ଜରୁରୀ କାଳୀନ କାର୍ଯ୍ୟ ବୋଲି ଲେଖି ବାହାରେ ବୁଲିବା ଦେଖିବାକୁ ମିଳିଥିଲା। ତେବେ ଗତ କାଲି ସନ୍ଧ୍ୟାରେ ଗଜପତି ଏସପି ସାରା ଶର୍ମା କୋଭିଡ -୧୯ର ଏହି ନକଲି ପାସ୍ ତିଆରି କରୁଥିବା ଗୋଟିଏ ଦୋକାନ ଉପରେ ଚଢାଉ କରିଥିଲେ। ଦୋକାନୀ ମାଲିକଙ୍କୁ ପାରଳା ପୋଲିସ ଥାନାକୁ ନେଇ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.