ରାମାୟଣ ଓ ମହାଭାରତ ପରେ ପୁଣି ଥରେ ପରଦାକୁ ଫେରୁଛି ଏହି ଲୋକପ୍ରିୟ ସିରିଅଲ, ଛୋଟ ପରଦାରେ ନଜର ଆସିବେ ଆପଣଙ୍କ ପ୍ରିୟ ଅଭିନେତା

କରୋନା ଭାଇରସ ଯୋଗୁଁ ସମଗ୍ର ଭାରତ ଲକ୍‌ଡାଉନ ହୋଇଛି। ଲୋକେ ଘରେ ବସି ବସି ବିରକ୍ତି ପ୍ରକାଶ କରୁଛନ୍ତି। ହାତଗୋଡ଼ ବାନ୍ଧି ଲୋକେ ଖାଲିଟାରେ ଘରେ ବସି ବସି ବୋର୍ ହୋଇଗଲେଣି। ତେଣୁ ମନକୁ ଟିକେ ହାଲୁକା କରିବା ପାଇଁ ମନୋରଞ୍ଜନ ନିହାତି ଜରୁରୀ। ସିରିଅଲ ଗୁଡିକର ରିପିଟ୍‌ ଟେଲିକାଷ୍ଟ ଚାଲିଥିବା ବେଳେ ପୁଣି ପରଦାକୁ ଫେରିଛି ରାମାୟଣ ଏବଂ ମହାଭାରତ। ଦୀଘ ୩୩ ବର୍ଷ ପରେ ପ୍ରସାରିତ ସିରିଅଲକୁ ଦେଖି ଦର୍ଶକ ପାଗଳ ପ୍ରାୟ। ଏହି ପୌରାଣିକ ଧାରାବାହିକ ବ୍ୟତୀତୀ ଏବେ ଅର୍ଥାତ ଆଜିଠାରୁ ରାତି ୮ଟାରେ ପ୍ରସାରିତ ହେଉଛି ଶାହରୁଖଙ୍କ ଡେବ୍ୟୁ ସିରିଅଲ ‘ସର୍କସ’।

khan

ବଲିଉଡ୍‌ ବାଦ୍‌ଶାହା ଶାହାରୁଖ୍‌ ଶେଷଥର ପାଇଁ ବଡ଼ପରଦାରେ ଫିଲ୍ମ ‘ଜିରୋ’ରେ ନଜର ଆସିଥିଲେ। ‘ଜିରୋ’ ପରଠାରୁ ତାଙ୍କୁ କୌଣସି ଫିଲ୍ମରେ ଆଉ ଦେଖିବାକୁ ମିଳିନାହିଁ କିମ୍ବା କୌଣସି ଫିଲ୍ମରେ ନଜର ଆସିବାର ଘୋଷଣା ମଧ୍ୟ ଏ ପର୍ଯ୍ୟନ୍ତ କରିନାହାନ୍ତି। କିନ୍ତୁ ଫ୍ୟାନ୍‌ମାନଙ୍କ ନିକଟକୁ ସେ ଖୁବ୍‌ଶୀଘ୍ର ସ୍କ୍ରିନ୍‌ରେ ଫେରିବେ। କାରଣ ଶାହାରୁଖ୍‌ ପୁଣି ଥରେ ଛୋଟ ପରଦାରେ ନଜର ଆସିବେ। ତାଙ୍କର ଏକ ଟେଲିଭିଜନ ଶୋ ‘ସର୍କସ’ରେ ସେ ଦର୍ଶକଙ୍କ ମନୋରଞ୍ଜନ କରିବେ।

ଶାହାରୁଖଙ୍କ ସିରିୟଲ ‘ସର୍କସ’ ଖୁବ୍‌ଶୀଘ୍ର ଡିଡି ନ୍ୟାଶନାଲରେ ପ୍ରସାରିତ ହେବ। ୧୯୮୯ରୁ ୧୯୯୦ ପର୍ଯ୍ୟନ୍ତ ଦୂରଦର୍ଶନରେ ଏହା ପ୍ରସାରିତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.