ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଗଜପତି ଦିବ୍ୟସିଂହ ଦେବ। ଆଜି ମଧ୍ୟାହ୍ନରେ ମହାରାଣୀ ଲୀଳାବତୀ ପାଟମହାଦେଇ, ତିନିଝିଅ ଓ ଜ୍ୱାଇଁଙ୍କ ସହ ଗଜପତି ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଦେଇ ପ୍ରବେଶ କରିଥଲେ ଗଜପତି। ରତ୍ନସିଂହାସନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ ଗଜପତି ଓ ପରିବାରବର୍ଗ। ପରମ୍ପରା ଅନୁଯାୟୀ ମାଘମାସ ଶୁକ୍ଳ ପ୍ରତିପଦା ଠାରୁ ବସନ୍ତପଞ୍ଚମୀ ମଧ୍ୟରେ ବୁଧବାର କିମ୍ବା ଶନିବାରରେ ହେଉଥିବା ଦୁର୍ଲଭ ପଦ୍ମବେଶ ପରଦିନ ସକାଳ ଯାଏ ରହିଥାଏ। ତେବେ ପଦ୍ମବେଶ ଓଲାଗି ସମୟରେ ଗଜପତି ଶ୍ରୀମନ୍ଦିର ଯାଇଥିଲେ।

Leave A Reply

Your email address will not be published.