ଗଜପତିରେ ପାହାଡ଼ ଧସି ଘଟଣା : ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି, ୩ ନିଖୋଜ

ଗଜପତି (କେନ୍ୟୁଜ୍) : ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ ଧସି ୧୮ ଜଣ ନିଖୋଜ । ସେଭିତରେ ରାୟଗଡ଼ ଲାଙ୍ଗାସାହିରେ ୭ ଜଣ, ମାରା ଗାଁରେ ୭ ଜଣ ଓ ରାମଗିରି ଅଞ୍ଚଳର ବିଭିନ୍ନ ଗାଁରୁ ୪ ଜଣ ଜଣ ଅଛନ୍ତି । ତେବେ ଅନ୍ୟ ଏକ ଘଟଣାରେ ରାୟଗଡ଼ ବ୍ଲକ ବାରଘରରେ ମହେନ୍ଦ୍ରଗିରି ପାହାଡ଼ ଧସିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ୩ଜଣ ଏବେବି ନିଖୋଜ ଅଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନର ସୂଚନା ଦେଇଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ମୃତକଙ୍କ ପରିବାରକୁ ୨୨ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଗାଁରେ ଏକ ଡାକ୍ତରୀ ଟିମ୍‌ ପହଞ୍ଚି ଚିକିତ୍ସା କରୁଛନ୍ତି । ବାରଘର ଉପର ସାହିରେ ପାହାଡ଼ରୁ ମାଟି ଧସିବାରୁ ଗତକାଲି ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା । ତିତ୍‌ଲି ଯୋଗୁ ଭୟଭୀତ ହୋଇ ଏମାନେ ମହେନ୍ଦ୍ରଗିରି ପାହାଡ ଉପରେ ଏକ ଗୁମ୍ଫାରେ ଆଶ୍ରୟ ନେଇଥିଲେ । ତେବେ ପାହାଡ଼ ଧସି ଯିବାରୁ ଗୁମ୍ଫାରେ ଥିବା ଲୋକେ ଚାପି ହୋଇ ଯାଇଥିଲେ । ଅଣନିଃଶ୍ୱାସୀ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.