Below header

ଯାଜପୁର : କୁଆଁରିଆ ନାଳରେ ବନ୍ୟା ସ୍ଥିତି, ବାଧାପ୍ରାପ୍ତ ହୋଇଛି ଗମନାଗମନ

ଯାଜପୁର (କେନ୍ୟୁଜ୍) : କୁଆଁରିଆ ନାଳରେ ବନ୍ୟା ସ୍ଥିତି। ଫଳରେ ବାଧାପ୍ରାପ୍ତ ହୋଇଛି ଗମନାଗମନ। ଯାଜପୁର ଧର୍ମଶାଳା ବ୍ଲକ ୫୩ ନମ୍ବର ଜତାୟୀ ରାଜପଥର ମାଣ୍ଡିଆ-କୁରିକଣା ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏହାସହ ଏକର ଏକର ଧାନ ଫସଲ ପାଣିରେ ବୁଡି ରହିବା ସହ ଆଖପାଖ ଗାଁରେ ପସିଛି ପାଣି। ଜାରକା-କବାଟବନ୍ଧ ରାସ୍ତାରେ ଶହେ ବର୍ଷ ପୁରୁଣା ବିରାଟକାୟ ବର ଗଛ ଉପୁଡିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଓ ଓଡ୍ରାଫ ଟିମ୍ ଗଛ କାଟି ରାସ୍ତା ସଫା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.