ବୈତରଣୀ ବନ୍ୟାରେ ପୁଣି ପ୍ରଭାବିତ ଭଦ୍ରକ ଜିଲ୍ଲା

ଭଦ୍ରକ (କେନ୍ୟୁଜ୍) : ବୈତରଣୀ ବନ୍ୟାରେ ପୁଣି ପ୍ରଭାବିତ ହୋଇଛି ଭଦ୍ରକ ଜିଲ୍ଲା । ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀ, ମାଳଦା, ଶୋଳମପୁର, ଦପଙ୍ଗ, ରହଣିଆ ଆଦି ପଞ୍ଚାୟତରେ ଚାଷ ଜମିରେ ବନ୍ୟା ଜଳ ପ୍ରବେଶ କରିଛି । ବୈତରଣୀରେ ଉପରମୁଣ୍ଡରେ ଅଧିକ ବର୍ଷା ହୋଇଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ବୈତରଣୀର ଶାଖାନଦୀ କୋଚିଲା ତଟରେ ଥିବା ଲୋକେ ଭୟଭିତ ହୋଇ ପଡ଼ିଛନ୍ତି । ସ୍ଥିତି ଉପରେ ନଜର ରଖିବା ପାଇଁ ଭଣ୍ଡାରିପୋଖରୀ ବ୍ଳକକୁ ଗୋଟିଏ ଏନଡିଆରଏଫ୍ ଟିମ୍ ପଠାଯାଇଛି । ଚଳିତବର୍ଷ ବୈତରଣୀ ନଦୀରେ ଏହା ପଞ୍ଚମ ବନ୍ୟା ।

Leave A Reply

Your email address will not be published.