Below header

ଦ୍ୱିତୀୟ ଦିନରେ ବିଧାନସଭାରେ ଉଠିଲା ଗାନ୍ଧିବାଦ ଓ ଗଡସେ ବାଦ୍ ବିବାଦ

ଭୁବନେଶ୍ବର (କେନ୍ୟୁଜ୍) : ଦ୍ୱିତୀୟ ଦିନରେ ବିଧାନସଭାରେ ଉଠିଲା ଗାନ୍ଧିବାଦ ଓ ଗଡସେ ବାଦ୍ ବିବାଦ । ପୁଣି ମୁହାଁମୁହିଁ ହୋଇଛନ୍ତି ନରସିଂହ ମିଶ୍ର ଓ ବିଷ୍ଣୁ ସେଠୀ। ଶୂନ୍ୟକାଳରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ନେଇ ଆଲୋଚନା ବେଳେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଥିଲେ ଏହା ଦୁର୍ଭାଗ୍ୟଜନକ ଯେ, ଗାନ୍ଧିଜୀଙ୍କ ହତ୍ୟାକାରୀଙ୍କ ନୀତି ଆଦର୍ଶରେ ଯେଉଁମାନେ ଅନୁପ୍ରାଣିତ ସେମାନେ ଆଜି ଦେଶରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ଗୋଟିଏ ଗୋଟିଏ ଜାଗାରେ ଆରମ୍ଭ ହେଲାଣି ଗାନ୍ଧିବାଦ ଭର୍ସେସ ଗଡସେ ବାଦ୍ । ପ୍ରତିବାଦରେ ମଣିଶଙ୍କର ଆୟାର ଓ ନବଜତ ସିଂ ସିଦ୍ଧୁଙ୍କ କଥା ଉଠାଇ କଂଗ୍ରେସକୁ ଘେରିଥିଲା ବିଜେପି। ପାକିସ୍ତାନ ଯାଇ ସେମାନେ ଭାରତ ବିରୋଧରେ କହୁଛନ୍ତି ବୋଲି ବିଷ୍ଣୁ ସେଠୀ କହିଥିଲେ। ଆଜି ନରସିଂହ କହିଛନ୍ତି, ମଣିଶଙ୍କର ଓ ସିଦ୍ଧୁ ଗୃହର ସଭ୍ୟ ନୁହନ୍ତି। ସେମାନଙ୍କ ନାଁ ଉଠାଇବା ଉଚିତ୍ ନୁହଁ । ତେଣୁ ଗୃହର ବିବରଣୀରୁ ଦୁଇ ନେତାଙ୍କ ନାଁ ବାଦ୍ ଦେବାକୁ ସେ ଦାବି କରିଥିଲେ । ବିବରଣୀରୁ ବାଦ୍ ଦେବା ଦାବିରେ କଂଗ୍ରେସ ସଭ୍ୟ ହୋହଲ୍ଲା କରିଥିଲେ । ଏସଂପର୍କରେ ବିଚାର କରି ରୁଲିଂ ଦେବେ ବୋଲି କହିଛନ୍ତି ବାଚସ୍ପତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.