ଆମାଜନରେ ପୁଣି ଉପଲବ୍ଧ ଓପୋ କେ୩, ୭୦୫୦ ଟଙ୍କା ଅଫରର ଲାଭ ଉଠାନ୍ତୁ

ଓପୋ କେ ୩ ସେଲ୍‌ ପୁଣିଥରେ ଆମାଜନରେ ଉପଲବ୍ଧ ହୋଇଛି। ଚୀନର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଗ୍ରାହକଙ୍କ ଡିମାଣ୍ଡକୁ ଦେଖି ପୁଣି ଥରେ ଏହି ସେଲ ରଖିଛି। ଦୁଇ ସପ୍ତାହ ପୂର୍ବରୁ ଲଞ୍ଚ ହୋଇଥିବା ଏହି ଫୋନରେ ଫୁଲ ଏଚଡି ସ୍କ୍ରିନ, ଅକ୍ଟୋ କୋର ସ୍ନାପଡ୍ରାଗନ ୭୧୦ ଏସ୍‌ଓସି, ୮ ଜିବି ରାମ ଏବଂ ଡୁଆର ରିଅର କ୍ୟାମେରା ମଧ୍ୟ ଉପଲବ୍ଧ। ଓପୋ କେ ୩ରେ ୧୨୮ ଜିବି ଷ୍ଟୋରେଜ, ପପ୍‌ ଅପ୍‌ ସେଲଫି କ୍ୟାମେରା ଏବଂ ୩୭୬୫ଏମ୍‌ଏଏଚ ବ୍ୟାଟେରୀ ଉପଲବ୍ଧ ରହିଛି। ଡୁଆଲ ସିମ୍‌ ଓପୋ କେ୩ ଆଣ୍ଡ୍ରଏଡ ୯ ପାଏରେ କାମ କରୁଛି। ଯେଉଁଥିରେ ୬.୫ ଇଞ୍ଚର ଫୁଲ ଏଚଡି ପ୍ଲସ ଆମୋଲେଡ ଡିସପ୍ଲେ ରହିଛି।

ଓପୋ କେ ୩ର ମୂଲ୍ୟ ଏବଂ ଅଫର
ଏହି ଫୋନରେ ୬ଜିବି ରାମ ଏବଂ ୬୪ ଜିବି ଷ୍ଟୋରେଜ ସହିତ ୧୬,୯୯୦ ଟଙ୍କାରେ ଉପଲବ୍ଧ ଥିବା ବେଳେ ୮ ଜିବି ରାମ ଏବଂ ୧୨୮ ଜିବି ଷ୍ଟୋରେଜର ମୂଲ୍ୟ ୧୯,୯୯୦ ଟଙ୍କା ରହିଛି। ଫୋନ ବ୍ଲୁ ଏବଂ ବ୍ଲାକ ରଙ୍ଗରେ ଆମାଜନରେ ମିଳୁଛି। ସେହିପରି ଏଥିରେ ଅନେକ ଅଫର ମଧ୍ୟ ରହିଛି। ଓପୋ କେ୩ କିଣିବା ପାଇଁ ନୋ କଷ୍ଟ ଇଏମ୍‌ଆଇ ବିକଳ୍ପ ସହିତ ୧୦୦୦ ଟଙ୍କାର ଆମାଜନ ବାଲାନ୍ସ ମଧ୍ୟ ରହିଛି। ଏହାଛଡା ରିଲାଏନ୍ସ ଜିଓ ସହିତ ୭୦୫୦ ଟଙ୍କାର ସୁବିଧା ମଧ୍ୟ ମିଳିପାରିବ। ଏହାସହିତ ଓପୋ କେ ୩ କିଣିବାକୁ ଚାହୁଁଥିବା ଗ୍ରାହକ ଆକ୍ସିସ ଡେବିଟ କିମ୍ବା କ୍ରେଡିଟ କାର୍ଡ, କ୍ରେଡିଟ କାର୍ଡ ଇଏମ୍‌ଆଇ ବ୍ୟବହାର କରିବା ଦ୍ୱାରା ୧୦୦୦ ଟଙ୍କାର ଅଫ୍‌ ମଧ୍ୟ ଲାଭ ଉଠାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.