ନା ମିଳୁଛି ସିମ୍ , ନା ମିଳୁଛି ଲୋନ୍ . . . କେହି ବୁଝିପାରୁନାହାଁନ୍ତି ଏହି ରାହୁଲ୍ ଗାନ୍ଧୀଙ୍କ ସମସ୍ୟା

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ରାହୁଲ୍ ଗାନ୍ଧୀ । ବ୍ୟବସାୟ ପାଇଁ ମିଳୁନି ଲୋନ୍ । ଆଶ୍ଚର‌୍ୟ୍ୟ ହୁଅନ୍ତୁନି । କାରଣ ଏ ମହାଶୟ କଂଗ୍ରେସ୍ ଅକ୍ଷଧ୍ୟ ନୁହଁନ୍ତି । ଏ ହେଉଛନ୍ତି ଆମ ଦେଶରେ ଥିବା ଆଉ ଜଣେ ରାହୁଲ୍ ଗାନ୍ଧୀ ।

ଆମେ କହୁଛୁ ଇନ୍ଦୋରର ଅଖଣ୍ଡନଗରରେ ରହୁଥିବା ରାହୁଲଙ୍କ କଥା । ଯାହାଙ୍କ ଟାଇଟେଲ୍ ଗାନ୍ଧୀ ହୋଇଥିବାରୁ ଅନେକ ସମସ୍ୟାର ସାମ୍ନା କରୁଛନ୍ତି । ଏପରିକି ନାଁ ତାଙ୍କର ରାହୁଲ ଗାନ୍ଧୀ ହୋଇଥିବାରୁ କୌଣସି ଟେଲିକମ୍ କମ୍ପାନୀ ତାଙ୍କୁ ସିମ୍ ଦେଉନହାଁନ୍ତି । ଯାହା ଫଳରେ ଭାଇଙ୍କ ନାଁରେ ସିମ୍ କିଣି ବ୍ୟବହାର କରୁଛନ୍ତି । କେବଳ ସେତିକି ନୁହେଁ କିଣାକିଣି କଲେ କେହି ତାଙ୍କ ନାଁ ରେ ବିଲ୍ ମଧ୍ୟ କାଟୁନାହାଁନ୍ତି ।

ଏପରିକି ତାଙ୍କ ନାଁ ରାହୁଲ୍ ଗାନ୍ଧୀ ହୋଇଥିବାରୁ ସମସ୍ତେ ତାଙ୍କର ଥଟ୍ଟା ପରିହାସ ମଧ୍ୟ କରୁଛନ୍ତି । ଏବଂ ତାଙ୍କ ତୁଳନା କଂଗ୍ରେସ୍ ଅଧ୍ୟକ୍ଷଙ୍କ ସହ କରୁଛନ୍ତି । ଯେତେବେଳେ ଲୋନ୍ ପାଇଁ ବ୍ୟାଙ୍କକୁ ଫୋନ୍ କରି ନିଜ ନାଁ ରାହୁଲ ଗାନ୍ଧୀ କହିଲେ ସେତେବେଳେ କର୍ମଚାରୀମାନେ ମଜାକ୍ ଉଡାଇ କହିଲେ ରାହୁଲ୍ ଗାନ୍ଧୀ କେବେ ଦିଲ୍ଲୀ ଛାଡି ଇନ୍ଦୋର ସିଫ୍ଟ ହୋଇଗଲେ ? ବାସ୍ ଏତିକି କହି ଫୋନ୍ କାଟିଦେଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.