IRCTC ଆରମ୍ଭ କଲା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’, ଜାଣନ୍ତୁ କ’ଣ ରହିଛି ଫିଚର ଏବଂ ପ୍ୟାକେଜ୍ ଡିଟେଲ

IRCTC ନିକଟରେ ଅତ୍ୟାଧୁନିକ ସୁବିଧା ଥିବା ‘ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍’ର ଶୁଭାରମ୍ଭ କରିଛି। ଏହାସହ ରେଳ ପର୍ଯ୍ୟଟନର ପ୍ରଚାର ପ୍ରସାର ଲାଗି ଭାରତୀୟ ରେଲୱେ ଦୁଇଟି ସ୍ପେଶାଲ ପ୍ୟାକେଜ୍ ମଧ୍ୟ ଅଫର କରୁଛି। ଏହି ପ୍ୟାକେଜ୍ ଅଧୀନରେ ମାଜେଷ୍ଟିକ୍ ଟୁରିଷ୍ଟ ଟ୍ରେନ୍ ରାଜସ୍ଥାନର ଯୋଧପୁର, ମଣ୍ଡାୱା, ଜୟପୁର, ଜୈସଲମେର ଭଳି କେତେକ ସ୍ଥାନକୁ ଚଳାଚଳ କରିବ। ଟ୍ରେନରେ ଜଣେ ବ୍ୟକ୍ତିଙ୍କ ଲାଗି ପ୍ୟାକେଜର ଦାମ୍ ଗୋଟିଏ ରାତି ପିଛା ୧୪୪୮୭ ଟଙ୍କା ରହିଛି।

୫ ଦିନ ଏବଂ ୪ ରାତିର ପ୍ୟାକେଜ୍ ଟ୍ରେନରେ ଉପଲବ୍ଧ ଅଛି। ‘ମାଜେଷ୍ଟିକ୍ ରାଜସ୍ଥାନ’ ପ୍ୟାକେଜର ତାରିଖ ନଭେମ୍ବର ୨୫, ଡିସେମ୍ବର ୨୩, ଜାନୁୟାରୀ ୨୦, ଫେବୃଆରୀ ୧୭, ମାର୍ଚ୍ଚ ୨୩ ଏବଂ ଏପ୍ରିଲ ୯ ରହିଛି। ସେହିପରି ‘ମାଜେଷ୍ଟିକ୍ ରାଜସ୍ଥାନ ୱିଥ୍ ତାଜମହଲ’ର ଟୁର୍ ପ୍ୟାକେଜ ତାରିଖ ରହିଛି ସେପ୍ଟେମ୍ବର ୩୦, ଅକ୍ଟୋବର ୧୪, ଡିସେମ୍ବର ୯, ଜାନୁୟାରୀ ୬, ଫେବୃଆରୀ ୩ ଏବଂ ମାର୍ଚ୍ଚ ୯ ।

ଏହାସହ ପଢ଼ନ୍ତୁ: ଭାରତୀୟ ରେଲୱେ ୩ ଲକ୍ଷ କର୍ମଚାରୀଙ୍କୁ କରିବ ଛଟେଇ, ଜାଣନ୍ତୁ କାହାର ଯିବ ଚାକିରି . . .

pic tr

ଏହି ଅତ୍ୟାଧୁନିକ ଟ୍ରେନରେ ଦୁଇଟି ରେଷ୍ଟରାଣ୍ଟ, ଗୋଟିଏ ରୋଷେଇ ଘର, ଅତିଥିଙ୍କ ପାଇଁ ସୁରକ୍ଷା ଲକର, ବାଥରୁମ୍ ଏବଂ ୱାଶରୁମରେ ଥଣ୍ଡା ଓ ଗରମ ପାଣି, କ୍ଷୁଦ୍ର ଶୟନାଗାର, ସେକେଣ୍ଡ ଏସି ବଗିରେ ଅଲଗା ବସିବା ପାଇଁ ସ୍ବତନ୍ତ୍ର ଜାଗା ଆଦି ଉପଲବ୍ଧ ଅଛି। ପ୍ରଥମ ଶ୍ରେଣୀ ଏସିରେ ୪ ପ୍ରକୋଷ୍ଠ ସହିତ ୪ଟି ବେଡ୍ ରହିଛି। ପ୍ରକୋଷ୍ଠଗୁଡ଼ିକରେ ପ୍ରାଇଭେସି ପାଇଁ ଲକ୍ ହେଲା ଭଳି ସ୍ଲାଇଡିଂ ଡୋର୍ ଲଗାଯାଇଛି।
ପ୍ରଥମ ଶ୍ରେଣୀ ଏସି ଭଳି ପ୍ରଥମ ଶ୍ରେଣୀ ଏସି କୁପେ(ଦୁଇଜଣିଆ ବଖରା)ରେ ବି ଗୋଟିଏ ବେଡ୍ ସହ ଡବଲ ଶେୟାରିଂ ପ୍ରକୋଷ୍ଠ ରହିଛି। ପ୍ରତ୍ୟେକ ପ୍ରକୋଷ୍ଠରେ ସ୍ଲାଇଡିଂ ଡୋର୍ ଲାଗିଛି। ସେକେଣ୍ଡ ଏସି ବଗି ମଧ୍ୟ ପ୍ରଥମ ଶ୍ରେଣୀ ଏସି ବଗି ଭଳି ରହିଛି। ସବୁ ଶୋଇବା ସ୍ଥାନରେ ବଡ଼ ବଡ଼ ବେଡ୍ ଉପଲବ୍ଧ ଅଛି। ଯଦିଓ ପ୍ରକୋଷ୍ଠରେ ପ୍ରାଇଭେସି ପାଇଁ ସ୍ଲାଇଡିଂ ଡୋର୍ ନାହିଁ। କିନ୍ତୁ ସେକେଣ୍ଡ ଏସି କୋଚରେ ଅଲଗା ବସିବା ପାଇଁ ଜାଗା ରଖାଯାଇଛି।

tr tr

ଏହି ଟ୍ରେନ ପ୍ୟାକେଜରେ ଆପଣଙ୍କୁ ରହିବା ଏବଂ ଦେଖିବା ସ୍ଥାନର ପ୍ରବେଶ ଶୁଳ୍କ ଭରିବାର ସୁବିଧା ରହିଛି। ଏହା ବ୍ୟତୀତ ମେନୁରେ ଭାରତୀୟ ବ୍ୟଞ୍ଜନ ସହିତ ଅନ୍ତଃରାଷ୍ଟ୍ରୀୟ ବ୍ୟଞ୍ଜନ ମଧ୍ୟ ଆପଣ ପାଇପାରିବେ। ଟ୍ରେନରେ ଥିବା ଦୁଇଟି ରେଷ୍ଟରାଣ୍ଟରେ ପ୍ରତ୍ୟେକଟିରେ ୬୪ଜଣ ଲେଖାଏ ଅତିଥି ବସିବାର କ୍ଷମତା ରଖାଯାଇଛି। ସେକେଣ୍ଡ ଏସି ଶ୍ରେଣୀରେ ଗୋଟିଏ ମିନି ଲାଇବ୍ରେରୀ ଅଛି। ଅତିଥିମାନଙ୍କ ଆରାମ ପାଇଁ ଟ୍ରେନରେ ଫୁଟ୍ ମସାଜର ମଧ୍ୟ ସୁବିଧା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.