ରାଜଧାନୀରେ ଚାଞ୍ଚଲ୍ୟ: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଚାଞ୍ଚଲ୍ୟ । ବର୍ଥ ଡେ ପାର୍ଟିରେ ମହିଳା ଗଣଦୁଷ୍କର୍ମ ଅଭିଯୋଗ । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅଞ୍ଚଳର ଏହି ଘଟଣାକୁ ନେଇ ଏବେ ଚର୍ଚ୍ଚା । ଅଭିଯୋଗ ହୋଇଛି ସୋମବାର ସନ୍ଧ୍ୟାରେ ଧିରିକୁଟ ବସ୍ତି ପାତ୍ରସାହିରେ ଦୀପକ କୁମାର ସେଠୀ ଏକ ବର୍ଥ ଡେ ପାର୍ଟିର ଆୟୋଜନ କରିଥିଲେ । ସେଠାରେ ଅଧିକ ହୋହଲ୍ଲା ହୋଇଥିଲା । ନିକଟରେ ରହୁଥିବା ପୀଡ଼ିତା ଏହାକୁ ବିରୋଧ କରିଥିଲେ ।

ସେତେବେଳେ ତାଙ୍କ ସ୍ୱାମୀ ଘରେ ନଥିଲେ । ଜନ୍ମଦିନ ପାର୍ଟିରେ ଉତ୍ପାତକୁ ବିରୋଧ କରିବାରୁ ଦୁର୍ବୃତ୍ତ ତାଙ୍କ ଘରେ ପଶି ଆକ୍ରମଣ କରିବା ସହ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପାଟି କରି ଲୋକଙ୍କୁ ଡାକିଥିଲେ ମହିଳା । ଚିତ୍କାର ଶୁଣି ପଡ଼ୋଶୀ ଆସି ଅଭିଯୁକ୍ତଙ୍କ କବଳରୁ ମହିଳାଙ୍କୁ ଉଦ୍ଧାର କରିଥିଲେ । ପୀଡ଼ିତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ପୀଡ଼ିତା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ୱର ଥାନାରେ ଏତଲା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ତଦନ୍ତ ବେଳେ ଦୀପକ, ମାଲିଙ୍କ ଓ ସ୍ୱାଧୀନ ଦୋଷ ସ୍ୱୀକାର କରିଥିଲେ । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.