Below header

କାଦୁଅ ବିଲରେ ପଶିଲେ, ଧାନ ରୋଇଲେ ଗଞ୍ଜାମ ଜିଲ୍ଲାପାଳ

ବ୍ରହ୍ମପୁର (କେ ନ୍ୟୁଜ୍‌) : ସେ ଲଘୁଚାପ ଜରିଆରେ ହେଉ ପଛେ କିଛି ବର୍ଷା ହୋଇଛି । ତେଣୁ ଚାଷୀ ମନରେ ଉତ୍ସାହ । ଧାନ ରୁଆ କାମ ଚାଲିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ମଥୁରା ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା । ଏଠାକାର ଭରସା ଗ୍ରାମ ନିକଟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ ଜରିଆରେ ପ୍ରାୟ ୫୦ ଏକର ଜମିରେ ଚାଷୀ ଧାନ ଚାଷ କରୁଛନ୍ତି । ସେମାନଙ୍କୁ ଧାଡ଼ି ପ୍ରଣାଳୀରେ ଚାଷ କରିବା ଲାଗି କିଛି ସରକାରୀ ସହାୟତା ଦିଆଯାଉଛି । ଆଜି ନିଜେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସେଠାକୁ ଯାଇ ଚାଷ ଅନୁଧ୍ୟାନ କରିବା ସହ ନିଜେ କାଦୁଅରେ ପଶିଥିଲେ । ଆଉ ଜିଲ୍ଲାପାଳ ଧାନ ରୋଇବାର ଦେଖିବାକୁ ମିଳିଥିଲା ।

ସେ ନିଜକୁ ଜଣେ ବଡ଼ ଅଧିକାରୀ ଭାବି ନଥିଲେ । ଜଣେ ଚାଷୀ ଭାବେ ଧାନ ବିଲକୁ ପଶିଥିଲେ । ବିଲରେ ବୁଲି ଚାଷ ଅନୁଧ୍ୟାନ କରିବା ପରେ ପ୍ୟାଣ୍ଟକୁ ଟେକି ବିଲ ଭିତରେ ପଶି ଧାନ ରୋଇଥିଲେ । ଫଳରେ ତାଙ୍କ ସହ ଥିବା ଅନ୍ୟ ଅଧିକାରୀମାନଙ୍କୁ ମଧ୍ୟ ବିଲ ଭିତରକୁ ପଶିବାକୁ ପଡ଼ିଥିଲା ।

GANJAM COLLECTOR-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.