ଡିସକଭରି ଚ୍ୟାନେଲର ସୁପରହିଟ୍‌ ସୋ’ ମ୍ୟାନ୍‌ ଭର୍ସେସ୍‌ ଓ୍ଵାଲଇ୍ଡ’ ରେ ନଜର ଆସିବେ ପିଏମ୍ ନରେନ୍ଦ୍ର ମୋଦି, ଟିଜର ହେଲା ରିଲିଜ୍‌

ମୋଦିଙ୍କ ଦୁଃସାହସିକ ଜଙ୍ଗଲଯାତ୍ରା । ଘଞ୍ଚ ଜଙ୍ଗଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ୟଜନ୍ତୁ ସଂରକ୍ଷଣ ନେଇ ବେୟର ଗ୍ରିଲ୍ସଙ୍କ ସହ ଚାଳିଛି ଆଲୋଚନା । ଡିସକଭରି ଚ୍ୟାନେଲର ଲୋକପ୍ରିୟ ସୁପରହିଟ ସୋ ‘ମ୍ୟାନ ଭର୍ସେସ ଓ୍ଵାଇଲ୍ଡ’ରେ ନଜରରେ ଆସିବେ ପିଏମ ମୋଦି । ଆଉ ଏ ହେଉଛି ସୋର ପ୍ରମୋ। ଏଥିରେ ମୋଦିଙ୍କୁ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିିଛି । ହାତରେ ଭାଲା ସହ ନୌକାରେ ଭାରତର ସର୍ବପୁରାତନ Jim Corbett National Parkରେ ବେୟର ଗ୍ରିଲ୍ସଙ୍କ ଜଙ୍ଗଲରେ ବୁଲୁଛନ୍ତି ।

ଅଗଷ୍ଟ ୧୨ ତାରିଖ ରାତି ୯ଟାରେ ସୋ’ର ପ୍ରସାରଣ ହେବ । ୧୮୦ଟି ଦେଶର ଲୋକ ଏହି କାର୍ଯ୍ୟକ୍ରମର ମଜା ନେଇପାରିବେ ବୋଲି ବେୟର ଗ୍ରିଲ୍ସ ଟ୍ଵିଟ କରିଛନ୍ତି । ଘଞ୍ଚ ଜଙ୍ଗଲରେ ମୋଦି ବିତାଇଥବା ସମୟ ଏବଂ ତାଙ୍କ ଲୁକାୟିତ ପ୍ରତିଭାକୁ ଲୋକେ ଦେଖିପାରିବେ । ମୋଦିଙ୍କ ଭଳି ଲୋକପ୍ରିୟ ନେତାଙ୍କ ସହ ଏଭଳି ସୋ’ କରିବା ଭାଗ୍ୟର କଥା ବୋଲି ବେୟର ଗ୍ରିଲ ଟ୍ଵିଟ କରିଛନ୍ତି । ସେପଟେ ‘ମ୍ୟାନ ଭର୍ସେସ ଓ୍ଵାଇଲ୍ଡ’ର ପ୍ରମୋ ପରେ ଖୁସି ପ୍ରକଟ କରିଛନ୍ତି ନରେନ୍ଦ୍ର ମୋଦି ।

କହିଛନ୍ତି ଜୀବନର କିଛି ବର୍ଷ ପ୍ରକୃତି, ପାହାଡ ଓ ଜଙ୍ଗଲରେ ବିିତାଇଛି । ବେୟରଙ୍କ ସହ ଜଙ୍ଗଲରେ ବୁଲିବାର ଅନୂଭୁତି କିଛି ନିଆରା । ଏହା ପୂର୍ବରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ବି ଘଞ୍ଚ ଜଙ୍ଗଲରେ ବେୟର ଗ୍ରିଲ୍ସଙ୍କ ସହ ବୁଲୁଥିବା ଦେଖିବାକୁ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.