Below header

ଟିଟୋ ଲିଙ୍କରେ ଆଉ ଦୁଇଙ୍କୁ ଉଠାଇ ନେଲା STF

ଭୁବନେଶ୍ବର :୪ ଦିନ ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟାର୍ ଟିଟୋ । ଏହା ସହ ଗତକାଲି ରାତିରେ STF ଟିମ୍ ଆଲୋକ ମଲ୍ଲିକ ଓ ଦୀପକ ସ୍ୱାଇଁଙ୍କ ଉଠାଇନେଇଛି। ସେପଟେ ଆଜିଠୁ ପୁଣି ୪ ଦିନ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ଟିଟୋ । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଟିଟୋକୁ ରିମାଣ୍ଡରେ ନେଇ ବିଶେଷକରି ତାର ଆର୍ଥିକ ଓ ବ୍ୟାବସାୟିକ କାରବାର ଏବଂ ଦାଦାବଟି ଆଦାୟ ମାମଲାର ଖୋଳତାଡ଼ କରିବ ।

ପୂର୍ବରୁ ଟିଟୋକୁ ବିଭିନ୍ନ ପର୍ୟ୍ୟାୟରେ ଏସଟିଏଫ୍ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ବେଳେ ଟିଟୋର ବ୍ୟାବସାୟିକ ଅନୁଷ୍ଠାନ, ପେଟ୍ରୋଲ ପମ୍ପ, ୨୭ରୁ ଅଧିକ ଗାଡ଼ି ଜବତ ହୋଇଛି । ସେପଟେ ଟିଟୋର ତିନି ଭାଇ ସପୋ, ଚିତୋ ଓ ଜି.ବାବୁଙ୍କୁ ଧରିବା ପାଇଁ ତନାଘନା ଚଳାଇଛି ଏସଟିଏଫ୍ । ଟିଟୋ ଓ ତାର ୧୨ରୁ ଅଧିକ ସହଯୋଗୀ ଏବେ ଜେଲରେ ଅଛନ୍ତି । ଗ୍ୟାଙ୍ଗଷ୍ଟର ଟିଟୋର କଳା ସାମ୍ରାଜ୍ୟ ନେଇ ସାମ୍ନାକୁ ଆସୁଛି ନୂଆନୂଆ ତଥ୍ୟ । ଖୋଳତାଡ଼ ଜାରି ରଖିଛନ୍ତି କ୍ରାଇମବ୍ରାଞ୍ଚ ଏସଟିଏଫ୍, ଇଓଡବ୍ଲ୍ୟୁ ଏବଂ ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.