Below header

ଟ୍ଵିନ୍ ସିଟିର ସୁରକ୍ଷା ଦାୟିତ୍ବ ଅଗଷ୍ଟରେ ନେବେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ବର : ନବନିଯୁକ୍ତ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତିଙ୍କ ଦାୟିତ୍ୱଗ୍ରହଣ ସ୍ଥଗିତ । ଆଜି ସେ ଦାୟିତ୍ୱ ନେବାର ଥିଲା । କିନ୍ତୁ ଅଗଷ୍ଟ ପ୍ରଥମ ସପ୍ତାହରେ ନୂଆ ପୋଲିସ କମିଶନର ଭାବେ ସତ୍ୟଜିତ୍‌ ମହାନ୍ତି ଦାୟିତ୍ୱ ନେବେ । ଭୁବନେଶ୍ୱର-କଟକର ନୂଆ ପୋଲିସ କମିଶନର ଭାବେ ସେ ଯୋଗଦେବେ । ପୋଲିସ କମିଶନର ଓ୍ଵାଇ. ବି. ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ ସତ୍ୟଜିତ । ପୋଲିସ ଡିଜି ଆର. ପି.ଶର୍ମା ଏବେ ବିଦେଶ ଗସ୍ତରେ ଅଛନ୍ତି । DG ଚାର୍ଜରେ ଅଛନ୍ତି ADG ସତ୍ୟଜିତ୍‌ ।

ଡିଜି ବିଦେଶ ଗସ୍ତରୁ ଫେରିବା ପରେ ପୋଲିସ କମିଶନର ଭାବେ ସତ୍ୟଜିତ ମହାନ୍ତି ଦାୟିତ୍ୱ ନେବେ । ନୂଆ ପୋଲିସ କମିଶନରଙ୍କ ଆଗରେ ଏବେ ଅନେକ ଚ୍ୟାଲେଞ୍ଜ । ବିଶେଷକରି ଆଇନ ଶୃଙ୍ଖଳା, ସାଇବର କ୍ରାଇମ୍‌, ଲୁଟ୍‌, ଡକାୟତି, ମହିଳା, ବରିଷ୍ଠ ନାଗରିକ ଓ ଭିଭିଆଇପିଙ୍କ ସୁରକ୍ଷା ଆଦି ବଡ଼ ଚ୍ୟାଲେଞ୍ଜ ରହିବ । ସେହିପରି ପୋଲିସ-ପବ୍ଲିକ ସମ୍ପର୍କକୁ ସେ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.