Below header

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲା : ଦ୍ୱିତୀୟ ପର୍ୟ୍ୟାୟ ଶୁଣାଣି ଆରମ୍ଭ

ପୁରୀ : କୁଆଡ଼େ ଗଲା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ? ଚାବି ନମିଳିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ରଘୁବୀର ଦାସ ଆଜି ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି କରୁଛନ୍ତି । ପୁରୀ ସର୍କିଟ ହାଉସ୍‌ରେ ଚାଲିଥିବା ଏହି ଶୁଣାଣିରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସହ ତଦନ୍ତ କମିଶନ ଆଲୋଚନା କରୁଛନ୍ତି । ଏହି ମାମଲାରେ ଜଡ଼ିତ ଅଧିକାରୀମାନଙ୍କୁ ବି ପଚରାଉଚରା କରିପାରନ୍ତି କମିଶନ । ଚାବି କାହା ପାଖରେ ରହିବା ଉଚିତ୍‌ ଓ ଏକ ନକଲି ଚାବି କିଭଳି ମିଳିଲା, ସେନେଇ ମଧ୍ୟ ତଦନ୍ତ କରାଯିବ । ଏହା ପୂର୍ବରୁ କମିଶନ ଚାବି ନମିଳିବା ପ୍ରସଙ୍ଗରେ ସେବାୟତ ଓ ଅନ୍ୟମାନଙ୍କଠାରୁ ସତ୍ୟପାଠ ଆହ୍ଵାନ କରିଥିଲେ । ଏହି ସତ୍ୟପାଠ ଓ ଅନ୍ୟ ତଥ୍ୟ ପ୍ରମାଣକୁ ନେଇ କମିଶନ ଦ୍ୱିତୀୟ ପର୍ଯ୍ୟାୟ ଶୁଣାଣି କରୁଛନ୍ତି । ରତ୍ନଭଣ୍ଡାର ଚାବି ନ ମିଳିବା ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍‌ ରଘୁବୀର ଦାସ କମିଶନଙ୍କ ଗଠନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.