Below header

ମହିଳାଙ୍କୁ ଶିଳପୁଆରେ ଛେଚି ହତ୍ୟା : ଝିଅକୁ ଦୁଷ୍କର୍ମ ପରେ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ

ଭଦ୍ରକ : ଭଦ୍ରକ ଧାମନଗର ତାଳସିଠ ଗାଁରେ ମହିଳାଙ୍କୁ ବୀଭତ୍ସ ହତ୍ୟା ଘଟଣାର ନୂଆ ମୋଡ । ଝିଅକୁ ଦୁଷ୍କର୍ମ ପରେ ମାଆକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛି ପୋଲିସ । ଝିଅକୁ ଡାକ୍ତରୀ ମାଇନା ପାଇଁ ପଠାଯାଇଛି । ପୂର୍ବାଞ୍ଚଳ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ସାଇଣ୍ଟିଫିକ୍‌ ଟିମ୍‌ ମଧ୍ୟ ଘଟଣାର ଛାନ୍‌ଭିନ୍‌ ଜାରି ରଖିଛି । ମୃତକଙ୍କ ଝିଅଙ୍କ କହିବା ଅନୁସାରେ, ଗାଁର ବାବୁଆ ମହାନ୍ତି ହେଉଛି ହତ୍ୟାକାରୀ । ଅଭିଯୁକ୍ତର ଘର ତାଙ୍କ ଘର ଠାରୁ ମାତ୍ର ୧୦୦ ମିଟର ଦୂରରେ । ଗତକାଲି ରାତିରେ ତାଙ୍କ ବାପା ଘରେ ନଥିଲେ ।

ବିଳମ୍ବିତ ରାତିରେ ବାପାଙ୍କ ମୋବାଇଲ ନମ୍ବରରୁ ଫୋନ୍‌ ଆସିଥିଲା । ଘରର କବାଟ ଖୋଲିବା ପାଇଁ କହିଥିଲା ଅଭିଯୁକ୍ତ ବାବୁଆ । ଅଭିଯୁକ୍ତ ତାଙ୍କ ବାପାଙ୍କ ମୋବାଇଲ ଫୋନ୍‌ ସହ ମନି ପର୍ସ ମଧ୍ୟ ସାଥିରେ ଆଣିଥିଲା । ମାଆ ସହ କଥା ହେବାକୁ କହି ତାଙ୍କୁ ବାହାରକୁ ଯିବାକୁ କହିଥିଲା । ଏହାର କିଛି ସମୟ ପରେ ଚିତ୍କାର ଶୁଣି ଆସି ଦେଖିବାରୁ ମାଆର ମୃତ୍ୟୁ ହୋଇଛି । ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିଲା । ପଡ଼ୋଶୀ ଆସି ମୃତକଙ୍କ ଝିଅକୁ ଉଦ୍ଧାର କରିଥିଲେ । ଘଟଣାସ୍ଥଳରୁ ଅଭିଯୁକ୍ତ ବାବୁଆ ମହାନ୍ତି ଫେରାର ହୋଇଯାଇଥିବା ବେଳେ ମୃତ ମହିଳାଙ୍କ ସ୍ୱାମୀଙ୍କ ଏଯାଏଁ ପତ୍ତା ମିଳିନି । ମୃତକଙ୍କ ସ୍ୱାମୀଙ୍କୁ ଖୋଜା ଚାଲିଥିବା ବେଳେ ଅଭିଯୁକ୍ତକୁ ଧରିବା ପାଇଁ ଏକ ଟିମ୍‌ ଗଠନ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.