Below header

ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌, ସ୍ଥଗିତ ରହିଲା ରିମାଣ୍ଡ

କଟକ: ଗ୍ୟାଙ୍ଗଷ୍ଟର ହାଇଦର କରୋନା ପଜିଟିଭ୍‌ । କୋର୍ଟ ଚାଲାଣ ପୂର୍ବରୁ ହାଇଦରର କରାଯାଇଥିଲା କରୋନା ଟେଷ୍ଟ । ଯାହାର ରିପୋର୍ଟ ଏବେ ପଜିଟିଭ୍‌ ଆସିଛି । ଆଣ୍ଟିଜେନ ଟେଷ୍ଟରୁ ପଜିଟିଭ୍ ଥିବା ଜଣାପଡିଛି। ଚୌଦ୍ୱାର ଜେଲରେ ଏବେ ଆଇସୋଲେସନରେ ଅଛି ହାଇଦର। RTPCR ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। RTPCR ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ରିମାଣ୍ଡରେ ଆସିବ ନାହିଁ ହାଇଦର। ସୂଚନା ଥାଉକି,ଆଜି ସକାଳ ୭ ଠାରୁ ହାଇଦର ର ୭ ଦିନିଆ ରିମାଣ୍ଡ ଅବଧି ଆରମ୍ଭ ହେଉଛି। ଏ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, କିଛି ଦିନ ତଳେ କଟକ ଏସ୍‌ସିବିରୁ ଚମ୍ପଟ ମାରିଥିଲା ଗ୍ୟାଙ୍ଗଷ୍ଟାର ହାଇଦର । କମିଶନରେଟ୍‌ ପୋଲିସର ତନାଘନା ଚେଷ୍ଟା ଓ ପରିଶ୍ରମ ବଳରେ ପ୍ରାୟ ୫ଦିନ ପରେ ହାଇଦରକୁ ତେଲେଙ୍ଗାନାରୁ ଗିରଫ କରିଥିଲା କମିଶନରେଟ୍‌ ପୋଲିସ । ତେଲେଙ୍ଗାନା ପୋଲିସର ସହାୟତାରେ ହାଇଦରକୁ ଗିରଫ କରିଥିଲା  ପୋଲିସ । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହାଇଦରକୁ ଓଡିଶା ଅଣାଯାଇଥିଲା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.