ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗ୍ରହଣ, ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ

କୋଲକତା: ପଶ୍ଚିମବଙ୍ଗର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ୪୫ଟି ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ହେଉଛି । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନାଦିଆ, ଜଲପାଇଗୁଡି, ଦାର୍ଜିଲିଙ୍ଗ କଲିମ୍ପୋଗରେ ମତଦାନ ହେଉଛି । ମଇଦାନରେ ଅଛନ୍ତି ୩୪୨ ପ୍ରାର୍ଥୀ । ୧ କୋଟି ୧୩ ଲକ୍ଷ ୭୩ ହଜାର ୩୦୭ ଜଣ ଭୋଟ୍‌ର ପ୍ରାର୍ଥୀ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ଏପ୍ରିଲ ୨୨, ୨୬ ଓ ୨୯ରେ ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ମତଦାନ ରହିଛି । ଏହା ପୂର୍ବରୁ ନିର୍ବାଚନ କମିଶନ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି । ଏଣିକି ମତଦାନର ୭୨ ଘଣ୍ଟା ପୂର୍ବରୁ ବନ୍ଦ ହେବ ପ୍ରଚାର । ସଂଧ୍ୟା ୭ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ପ୍ରଚାର ଉପରେ କଟକଣା ଲାଗିଛି । ଏହି ସମୟ ମଧ୍ୟରେ କେହି ପ୍ରଚାର କରିପାରିବେ ନାହିଁ । ନିର୍ବାଚନ ରାଲିରେ ମାସ୍କ ବାଧ୍ୟତାମୂଳକ । ମସସ୍ତ ପ୍ରାର୍ଥୀ ଓ ତାରକା ପ୍ରଚାରକ ମାସ୍କ ପିନ୍ଧିବେ । ରାଲିରେ ଯୋଗ ଦେଉଥିବା ସମର୍ଥକ ମାସ୍କ ପିନ୍ଧିବା, ରାଲି ଆୟୋଜକଙ୍କ ଦାୟିତ୍ୱ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.