ଖୋର୍ଦ୍ଧାରୁ ଏକ ବର୍ଷ ପାଇଁ ତଡ଼ିପାର ହେବ ଗ୍ୟାଙ୍ଗଷ୍ଟର କ୍ରିଷ୍ଣା ସିଂହ

ଭୁବନେଶ୍ବର(କେନ୍ୟୁଜ୍): ଖୋର୍ଦ୍ଧାରୁ ତଡିପାର ହେବ ଗ୍ୟାଙ୍ଗଷ୍ଟାର କିଷନ ଓରଫ କ୍ରିଷ୍ଣା ସିଂହ । ଆଜିଠାରୁ ଏକ ବର୍ଷ ପାଇଁ ତଡିପାର ହେବାକୁ ଆଦେଶ ଜାରି କରିଛି ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ । ଏହି ଆଦେଶ ଖଣ୍ଡଗିରି ଥାନା ଅଞ୍ଚଳ ଏବଂ ଭୁବନେଶ୍ୱର ସହରାଞ୍ଜଳ ପୋଲିସ୍‌ ପାଇଁ ବଳବତ୍ତର ରହିବ ।

କିଷନ ଜଣେ ଅଭ୍ୟାସଗତ ଏବଂ ପେଷାଦାର ଅପରାଧି । ୨୦୧୪ ରୁ ୨୦୨୨ ମଧ୍ୟରେ ବିଭିନ୍ନ ଥାନାରେ ତା ବିରୋଧରେ ୧୨ଟି ଅପରାଧିକ ମାମଲା ରୁଜୁ ହୋଇଛି । ଖଣ୍ଡଗିରି ଥାନାରେ ୮ଟି, ଭରତପୁର ଥାନାରେ ୨ଟି, ଏୟାରପୋର୍ଟ୍‌ ଥାନା ଓ ଜଟଣୀ ଥାନାରେ ଗୋଟିଏ ଲେଖାଏଁ ମାମଲା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.