ପ୍ରେସ ଲେଖାଗାଡିରେ ହେଉଥିଲା ଗଞ୍ଜେଇ ଚାଲାଣ, ୫ ଗିରଫ

ବରଗଡ :  ପ୍ରେସ ଲେଖା ଥିବା ଗାଡିରୁ ଵରଗଡ଼ ଜିଲ୍ଲା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ସହ ୫ ଜଣଙ୍କୁ ଗିରଫ କରିଛି ।  ଵରଗଡ଼ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ  ଚାରି ଜଣ ସୋହେଲା ଏବଂ ଜଣେ ଗାଇସିଲେଟ ପୁଲିସ ଦ୍ୱାରା ଗିରଫ ହୋଇଥିବା ନେଇ ଏସପି ରାହୁଲ ଜୈନ ସୂଚନା ଦେଇଛନ୍ତି ।  ସୋହେଲା ପୁଲିସ ଗିରଫ ଚାରି ଜଣଙ୍କ ଠାରୁ ୨୩୩ କିଲୋଗ୍ରାମ ଗଞ୍ଜେଇ ସହ ସେମାନେ ବ୍ୟବହାର କରୁଥିବା ଦୁଇଟି ଦାମୀ କାର , ୬ ଟି ମୋବାଇଲ  ଏବଂ ନଗଦ ୧୩ ହଜାର ୧୨୦ ଟଙ୍କା ଜବତ କରିଛି । ବରଗଡ଼ ଜିଲ୍ଲା ଦେଇ ସୋନପୁର ଅଞ୍ଚଳରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ ହେଉଥିବାବେଳେ ସୋହେଲା ପୁଲିସ ଦ୍ୱାରା ଏହି ଗଞ୍ଜେଇ ଜବତ ସୋହେଲା ହୋଇଥିବା ବେଳେ  ଗିରଫ ଚାରି ଜଣ ଛତିଶଗଡ଼ ରାଜ୍ୟ ଦରବା ର ହେମରାଜ ନିଶାଦ , ଚାଂପା ର ସଞ୍ଜୟ ତ୍ରିପାଠୀ ଓ ଅଜୟ ତ୍ରିପାଠୀ ଏବଂ ଅତବାଦ ର ଗୌରବ ଖରପଡ଼େ ବୋଲି ଜଣାପଡିଛି ।

ଗତ କାଲି ଏକ  ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସୋହେଲା ପୋଲିସ ପକ୍ଷରୁ ଚେକିଂ  କରାଯାଉଥିବା ସମୟରେ ସିଜି ୦୪ ଏନଏଚ ୯୯୯୮ ନମ୍ବର ବିଶିଷ୍ଟ ଇନୋଭା ଏବଂ ସିଜି ୦୪ ଏଲଡି ୫୬୬୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଯାଏର ରେ  ୨୩୩ କେଜି ଗଞ୍ଜେଇ ଜବତ କରିଥିଲା । ଜବତ ଗୋଟିଏ ଗାଡ଼ିରେ ପ୍ରେସ ଲେଖା ହୋଇଥିବା ଦେଖିବାକୁ ମିଳିଥିଲା । ଏ ନେଇ ସୋହେଲା ପୁଲିସ ଏକ ମାମଲା ରୁଜୁ କରି ଶନିବାର ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାନ କରାଯାଇଛି ।

ଆଗକୁ ବେଆଇନ ଗଞ୍ଜେଇ ଚାଲାଣ ବିରୋଧରେ ଚଢ଼ାଉ କୁ କଡାକଡି କରାଯିବ ବୋଲି କହିଛନ୍ତି ବରଗଡ଼ ର ନୂତନ ଏସ ପି ରାହୁଲ ଜୈନ ।ତେବେ ସମ୍ପ୍ରତି ବହୁ ଗାଡ଼ିରେ ପ୍ରେସ ଲେଖାଯାଇ ବେଆଇନ କାର୍ୟ କରାଯାଇଥିବାରୁ ପୋଲିସ ପକ୍ଷରୁ ଗାଡି ଚେକିଂ ବେଳେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ଏସ ପି ଜୈନ । ସେହିପରି ଗାଇସିଲେଟ ପୁଲିସ  ଗଞ୍ଜେଇ ଚାଲାଣ ଅଭିଯୋଗ ରେ ମଧ୍ୟପ୍ରଦେଶ ଦୁଲହରା ଗାଁର     ଅଶୋକ କୁମାର ସାହୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଗିରଫ ଅଶୋକ ଠାରୁ ପୁଲିସ ୨୧ କେଜି ଗଞ୍ଜେଇ ସହ ଏକ ମୋଟର ସାଇକେଲ ଜବତ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.