Below header

ପାକିସ୍ତାନରେ ଅବସ୍ଥାପିତ ଆଫଗାନିସ୍ତାନ ରାଜଦୂତଙ୍କ ଝିଅ ହେଲେ ଅପହରଣ, ଛାଡ଼ିବା ପୂର୍ବରୁ ଦେଲେ ନିର୍ଯାତନା

କାବୁଲ : ପାକିସ୍ତାନରେ ଅବସ୍ଥାପିତ ଆଫଗାନସ୍ତାନ ରାଜଦୂତ ନଜିବୁଲ୍ଲା ଅଲିଖିଲଙ୍କ ଝିଅକୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ ପରେ ଛାଡିଦେଇଛନ୍ତି । ତେବେ ତାଙ୍କୁ ଛାଡ଼ିବା ପୂର୍ବରୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏଭଳି କାର୍ଯ୍ୟକୁ ଆଫଗାନ ବିଦେଶ ମନ୍ତ୍ରଣାଳୟ କଡ଼ା ନିନ୍ଦା କରିଛି ।

ଗତକାଲି ନଜିବୁଲ୍ଲାଙ୍କ ଝିଅଙ୍କୁ ତାଙ୍କ ଘର ନିକଟରୁ ଅପହରଣ କରିନେଇଥିଲେ । ତେବେ ତାଙ୍କୁ ଗମ୍ଭୀର ଭାବେ ନିର୍ଯାତନା ଦେବା ପରେ ଅଜ୍ଞାତ ଲୋକେ ଛାଡ଼ିଦେଇଥିଲେ । ଏବେ ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଆଫଗାନ ବିଦେଶ ମନ୍ତ୍ରଣାଳୟ ଏହି କାର୍ଯ୍ୟର ଦୃଢ଼ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପାକ୍‌ ସରକାରଙ୍କ ଠାରେ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.