Below header

କ୍ୟାରିୟର ଆରମ୍ଭରେ ଭାରତୀଙ୍କୁ ମିଳୁଥିଲା ଅଶ୍ଳିଳ ଇଙ୍ଗୀତ, ନୂଆ ଥିଲେ ବୋଲି କରିପାରୁନଥିଲେ ପ୍ରତିବାଦ

କମେଡିଆନ ଭାରତୀ ସିଂହ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଆଜି ସଫଳତାର ଶୀର୍ଷକୁ ଛୁଇଁଥିବା ଭାରତୀ ଜୀବନରେ ଅନେକ କଷ୍ଟ କରିବା ପରେ ଏହି ସ୍ଥିତିକୁ ଆସିପାରିଛନ୍ତି । ମାତ୍ର କିଛି କ୍ଷଣ ଭିତରେ ଭାରତୀ ଦର୍ଶକ ମାନଙ୍କୁ ହସେଇ ହସେଇ ବେଦମ କରିଦେଇ ପାରନ୍ତି । ସବୁବେଳେ ନିଜେ ହସୁଥିବା ଓ ଅନ୍ୟମାନଙ୍କୁ ହସଉଥିବା ଭାରତୀ ନିଜ ବ୍ୟକ୍ତିଗତ ଜୀବନର କିଛି ଦୁଃଖଭରା କାହାଣୀ ବ୍ୟକ୍ତ କରିଛନ୍ତି | ଭାରତୀଙ୍କ ଏହି ରାଜ ଗୁଡିକ ବାବଦରେ ଅନେକ ଲୋକଙ୍କୁ ଜଣାନାହିଁ ।  ଭାରତୀଙ୍କ ଏହି ସଂଘର୍ଷ ଭରା କାହାଣୀ ନିଶ୍ଚିନ୍ତ ରୂପେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିବ । ମନିଶ ପଲଙ୍କ ପଦାକାସ୍ଟ ଚାଟ ଶୋ’ରେ ହିଁ ଭାରତୀ ଏବାବଦରେ କହିଛନ୍ତି । ଭାରତୀଙ୍କ ଅନୁଯାୟୀ କ୍ୟାରିୟରର ପ୍ରାରମ୍ଭିକ ସ୍ତରରେ ସେ ନିଜ ମା’ ଙ୍କ ସହ ସେଟକୁ ଯାଉଥିଲେ । ଯାହା ପଛରେ ବି ଏକ ବିଶେଷ କାରଣ ରହିଛି । ସେସମୟରେ ସୁଟିଙ୍ଗ ସେଟରେ ଲୋକ ମାନେ ତାଙ୍କୁ ଅନେକ ଖରାପ ଇସାରା ଦେଉଥିଲେ । ଯାହାକୁ ସେ ପ୍ରଥମେ ପ୍ରଥମେ ବୁଝି ପାରୁନଥିଲେ ।

bharati singh

ଖାଲି ଇସାରା ଦେଉନଥିଲେ ଲୋକମାନେ ତାଙ୍କ ଅନୈତିକ ସ୍ଥାନ ମାନଙ୍କରେ ଛୁଉଁବି ଥିଲେ । କେହି ଜଣେ ତାଙ୍କ କାମରକୁ ଅନୈତିକ ଭାବରେ ରଗଡିକି ଚାଲିଯାଇଥିଲେ । ବାପା ବୟସର ବ୍ୟକ୍ତି ମାନେ ବି ତାଙ୍କ ସହ ଖରାପ ବ୍ୟବହାର କରିପାରୁଥିଲେ । ତାଙ୍କୁ ସେହି ଫିଲିଙ୍ଗସ ଗୁଡିକ ଭଲ ନ ଲାଗୁଥିଲେ ମଧ୍ୟ କିଛି କହିପାରନ୍ତିନି ଭାରତୀ । ଏଥିପାଇଁ ପ୍ରାୟ ପ୍ରତି ସେଟକୁ ନିଜ ମା” ଙ୍କ ସାଙ୍ଗରେ ଯାଉଥିଲେ ଭାରତୀ । ଆଉ ଲୋକମାନେ ଏମିତି ବି କମେଣ୍ଟ କରୁଥିଲେ ଆଣ୍ଟି ଆପଣ ଜମା ବି ବ୍ୟସ୍ତ ହୁଅନ୍ତୁନି । ଆମେ ଆପଣଙ୍କ ଧ୍ୟାନ ରଖିବୁ । ସେସମୟରେ ମଡ଼ର୍ଣ୍ଣ ଜିନିଷ ମାନଙ୍କ ବିଷୟରେ ତାଙ୍କୁ ଖୁବ କମ ଜଣାଥିଲା ବୋଲି କହିଛନ୍ତି ଭାରତୀ ।

ଭାରତୀ ଏହା ମଧ୍ୟ କହିଛନ୍ତିକି, ” ଭଗବାନ ପ୍ରତିଟି ମହିଳାକୁ ଏମିତି ଏକ ଶକ୍ତି ଦେଇଛନ୍ତି, ଯାହା ସାହାଯ୍ୟରେ ସେମାନେ ସାମ୍ନା ବ୍ୟକ୍ତିର ଇସାରାକୁ ବୁଝି ପାରନ୍ତ । କୌଣସି ବ୍ୟକ୍ତିଙ୍କ ଇସାରା ଠିକ ନଥିଲେ ତୁରନ୍ତ ଜଣାପଡି ଯାଇଥାଏ । ଆଉ ସେମାନେ ନିଜ ସମ୍ମାନ ପାଇଁ ଯାହା ସହିତ ବି ଲଢ଼ିପାରନ୍ତି । ଭାରତୀ ଏହା ବି କହିଛନ୍ତି ଖୁବ କମ ବୟସରୁ ହିଁ ତାଙ୍କ ପିତାଙ୍କର ବିୟୋଗ ହୋଇଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.