୪ ବର୍ଷ ତଳେ ପୋଲିସକୁ ଚକମା ଦେଇ ଚମ୍ପଟ ମାରିଥିବା ଗଞ୍ଜେଇ ଅଭିଯୁକ୍ତ ଗିରଫ

୨୦୨୦ ମସିହାରେ ଗଜପତି ଜିଲ୍ଲା ମୋହନା ଥାନାରୁ ପୋଲିସକୁ ଚଖମା ଦେଇ ଚମ୍ପଟ ମାରିଥିବା ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଗିରଫ କରିଛି ମୋହନା ପୋଲିସ ।

ମୋହନା (କେନ୍ୟୁଜ): ୨୦୨୦ ମସିହାରେ ଗଜପତି ଜିଲ୍ଲା ମୋହନା ଥାନାରୁ ପୋଲିସକୁ ଚଖମା ଦେଇ ଚମ୍ପଟ ମାରିଥିବା ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଗିରଫ କରିଛି ମୋହନା ପୋଲିସ । ୨୦୨୦ ମସିହାରେ ମୋହନା ପୋଲିସ ଏକ ଗଞ୍ଜେଇ ମାମଲା ରେ ୧୦୫୩କେଜି ଗଞ୍ଜେଇ ଜବତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଥାନା ହାଜତରେ ରଖିଥିଲା । ସେଥି ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ସନାତନ କରାଡ଼ ପରିସ୍ରା ଯିବା ବାହାନାରେ ଥାନା ପରିସରରୁ କାନ୍ଥ ଡେଇଁ ଚମ୍ପଟ ମାରିଥିଲା ।

ଏହି ଘଟଣାରେ ଥାନାର ଦୁଇ ଜଣ କନେଷ୍ଟେବଳ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ନିଲମ୍ବନ କରିଥିଲା ଜିଲ୍ଲା ଆରକ୍ଷୀ ବିଭାଗ । ତେଵେ ଘଟଣାର ଚାରିବର୍ଷ ପରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି । ବାଚୀପଙ୍କା ଗ୍ରାମକୁ ଗଞ୍ଜେଇ କାରବାର ନେଇ ଅଭିଯୁକ୍ତ ସନାତନ ଆସିଥିବା ଖବର ପାଇ ପୋଲିସ ଏକ ଟିମ୍ ଚଢ଼ାଉ ଜାରି ତାକୁ ଗିରଫ କରିଥିବା ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.