ବିଆର୍‌ଏସ୍‌ ନେତା କେ. କବିତାଙ୍କୁ ପୁଣି ଝଟ୍‌କା, କୋର୍ଟ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇଲେ ନ୍ୟାୟିକ ହେପାଜତ

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ବିଆର୍‌ଏସ୍‌ ନେତା କେ. କବିତାଙ୍କୁ ବଡ଼ ଝଟ୍‌କା ମିଳିଛି । କୋର୍ଟ ଆଜି କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟରୁ ବିଆର୍‌ଏସ୍‌ ନେତା କେ. କବିତାଙ୍କୁ ବଡ଼ ଝଟ୍‌କା ମିଳିଛି । କୋର୍ଟ ଆଜି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୩ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ।

କୋର୍ଟରେ ହାଜର ସମୟରେ କେ. କବିତା କହିଥିଲେ ଯେ ‘ଏହା ସମ୍ପୂର୍ଣ୍ଣ ରୂପେ ବୟାନ ଉପରେ ଆଧାରିତ ମାମଲା । ଏହା ଏକ ରାଜନୈତିକ ମାମଲା । ଏହା ବିରୋଧୀ ଦଳକୁ ଟାର୍ଗେଟ କରିବାର ମାମଲା । ଏହି ମାମଲାରେ ସିବିଆଇ ପୂର୍ବରୁ ହିଁ ଜେଲରେ ମୋର ବୟାନ ରେକର୍ଡ କରିସାରିଛି’ ।

ଏହାପୂର୍ବରୁ ଗତକାଲି କୋର୍ଟ କବିତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ । ରାଉସ୍ ଆଭେନ୍ୟୁ କୋର୍ଟଙ୍କ ସ୍ୱତନ୍ତ୍ର ଜଜ୍ କାଭେରୀ ବାୱେଜା କବିତାଙ୍କ ଆବେଦନ ଖାରଜ କରି କହିଥିଲେ ଯେ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବା ପାଇଁ ଏହା ଠିକ୍ ସମୟ ନୁହେଁ ।

କବିତା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେ କହିଥିଲେ ଯେ ତାଙ୍କ ୧୬ ବର୍ଷ ପୁଅର ପରୀକ୍ଷା ଅଛି ଏବଂ ତାଙ୍କୁ ମା’ର ନୈତିକ ଏବଂ ଭାବନାତ୍ମକ ସମର୍ଥନର ଆବଶ୍ୟକତା ରହିଛି ।

ଶୁଣାଣି ସମୟରେ କେ. କବିତାଙ୍କ ତରଫରୁ ହାଜର ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି PMLAର ଧାରା ୪୫ ଏବଂ ଏକ ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ, ଯାହା ମହିଳାମାନଙ୍କୁ ବ୍ୟତିକ୍ରମ ପ୍ରଦାନ କରିଥାଏ । ସିଂଭି ତାଙ୍କ ଯୁକ୍ତିରେ କହିଥିଲେ ଯେ ‘ଏମିତି ନୁହେଁ କି ପିଲା କୋଳରେ ଅଛି କିମ୍ବା ଛୋଟ ଅଛି, ସେ ୧୬ ବର୍ଷ ବୟସର । କିନ୍ତୁ ଏଠାରେ ପ୍ରସଙ୍ଗ ଅଲଗା । ଏହା ଜଣେ ମା’ର ନିଜ ସନ୍ତାନ ପାଇଁ ନୈତିକ ଏବଂ ଭାବନାତ୍ମକ ସମର୍ଥନର ପ୍ରସଙ୍ଗ । ତାଙ୍କୁ (କେ. କବିତାଙ୍କ ଗିରଫଦାରୀରୁ ତାଙ୍କ ପୁଅକୁ ଲାଗିଥିବା ଆଘାତ) ପୂର୍ବରୁ ହିଁ ଆଘାତ ଲାଗିସାରିଛି’ ।

ଇଡି ଏହି ଯୁକ୍ତିକୁ ବିରୋଧ କରି ଦାବି କରିଥିଲା ଯେ ଏହି ମାମଲାରେ କବିତା ପ୍ରମାଣ ନଷ୍ଟ କରିଛନ୍ତି ଏବଂ ସାକ୍ଷୀଙ୍କୁ ପ୍ରଭାବିତ କରିଛନ୍ତି । କହି ରଖୁଛୁ ଯେ ୨୦୨୪ ମାର୍ଚ୍ଚ ୧୫ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କେ. କବିତାଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସେ ତିହାର ଜେଲରେ ଅଛନ୍ତି ।

You might also like