୧୦୦୦ ରନ, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ୍… ଆଇପିଏଲ ଇତିହାସରେ ପ୍ରଥମ ରେକର୍ଡ କଲେ ରବିନ୍ଦ୍ର ଜାଡେଜା
ଜାଡେଜା ଆଇପିଏଲ ଇତିହାସରେ ୧୦୦୦ ରନ୍, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ ଧରିଥିବା ପ୍ରଥମ ଖେଳାଳି । ଜାଡେଜାଙ୍କ ବ୍ୟତୀତ ଅନ୍ୟ କେହି ବି ଆଇପିଏଲରେ ଏଭଳି ୩ଟି ଯାକ ରେକର୍ଡ କରିନାହାନ୍ତି । ଆଇପିଏଲରେ ଏପର୍ଯ୍ୟନ୍ତ ସେ ୨୭୭୬ ରନ୍ କରିସାରିଛନ୍ତି । ସେ ଆଇପିଏଲରେ ୧୫୬ ଓ୍ଵିକେଟ ନେଇଥିବା ବେଳ ୧୦୦ କ୍ୟାଚ ଧରିବା ପୂରଣ କରିଛନ୍ତି ।

କୋଲକତା ନାଇଟ ରାଇଡର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚକୁ ଚେନ୍ନାଇ ସୁପରକିଙ୍ଗସ ୭ ଓ୍ଵିକେଟରେ ଜିତିନେଇଛି । ଏହି ମ୍ୟାଚର ହିରୋ ଥିଲେ ଚେନ୍ନାଇ ସୁପରକିଙ୍ଗସର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଜାଡେଜା ଏହି ମ୍ୟାଚରେ କମାଲ୍ ବୋଲିଂ ଏବଂ ଫିଲ୍ଡିଂ କରିଥିଲେ । ଏହି ମ୍ୟାଚରେ ରବିନ୍ଦ୍ର ଜାଡେଜା ବିରଳ ରେକର୍ଡ ନିଜ ନାମରେ କରିଛନ୍ତି । ଆଇପିଏଲରେ ପୂର୍ବରୁ ଏମିତି କେହି କରିନାହାନ୍ତି ।
ରବିନ୍ଦ୍ର ଜାଡେଜା ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସର ସଫଳ ବୋଲର । ଜାଡେଜା ୪ ଓଭର ବୋଲିଂ କରି ୧୮ ରନ୍ ଦେଇଥିବା ବେଳେ ୪ଟି ଓ୍ଵିକେଟ ନେଇଛନ୍ତି । ଏହାଛଡା ଜାଡେଜା ୨ ଜଣ ଖେଳାଳିଙ୍କ କ୍ୟାଚ ମଧ୍ୟ ଧରିଛନ୍ତି । ଏହି କ୍ୟାଚ୍ ଧରିବା ସହିତ ଆଇପିଏଲରେ ୧୦୦ କ୍ୟାଚ୍ ପୂରଣ କରିଛନ୍ତି । ସେ ଆଇପିଏଲରେ ୧୦୦ କ୍ୟାଚ ଧରିଥିବା ୫ମ ଖେଳାଳି ।
That entry tease 😉
Brilliant bowling display 🙌
A comprehensive win at Chepauk 👏In conversation with @ChennaiIPL‘s bowling heroes – @imjadeja & @TusharD_96 👍 👍 – By @RajalArora
Watch The Full Interview 🎥 🔽 #TATAIPL | #CSKvKKR https://t.co/8t2FWsOWiT
— IndianPremierLeague (@IPL) April 9, 2024
ଆଇପିଏଲରେ ସବୁଠୁ ସଫଳ ଅଲରାଉଣ୍ଡର୍ସ ମଧ୍ୟରେ ଜାଡେଜା ଅନ୍ୟତମ । ଆଇପିଏଲରେ ଏପର୍ଯ୍ୟନ୍ତ ସେ ୨୭୭୬ ରନ୍ କରିସାରିଛନ୍ତି । ସେ ଆଇପିଏଲରେ ୧୫୬ ଓ୍ଵିକେଟ ନେଇଥିବା ବେଳ ୧୦୦ କ୍ୟାଚ ଧରିବା ପୂରଣ କରିଛନ୍ତି । ଜାଡେଜା ଆଇପିଏଲ ଇତିହାସରେ ୧୦୦୦ ରନ୍, ୧୦୦ ଓ୍ଵିକେଟ ଏବଂ ୧୦୦ କ୍ୟାଚ ଧରିଥିବା ପ୍ରଥମ ଖେଳାଳି । ଜାଡେଜାଙ୍କ ବ୍ୟତୀତ ଅନ୍ୟ କେହି ବି ଆଇପିଏଲରେ ଏଭଳି ୩ଟି ଯାକ ରେକର୍ଡ କରିନାହାନ୍ତି ।
ଆଇପିଏଲରେ ୧୦୦୦ କିମ୍ବା ତା’ରୁ ଅଧିକ ରନ୍ କରିଥିବା ଖେଳାଳି ୯୨ ଜଣ ରହିଛନ୍ତି । ୧୦୦ରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ୨୪ ଜଣ ରହିଥିବା ବେଳେ ୭ ଜଣ ଖେଳାଳି ୧୦୦ରୁ ଅଧିକ କ୍ୟାଚ ନେଇଛନ୍ତି । କିନ୍ତୁ ଜାଡେଜା ଏକମାତ୍ର ଖେଳାଳି ଯିଏ ୩ଟି ଯାକ ଲିଷ୍ଟରେ ରହିଛନ୍ତି ।
କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୩୭/୯ ରନ୍ କରିଥିବା ଶ୍ରେୟସ୍ ଆୟର ୩୪, ସୁନୀଲ ନାରାୟଣ ୨୭, ଅଙ୍ଗକ୍ରିସ୍ ରଘୁବଂଶୀ ୨୪ ରନ୍ କରିଥିଲେ । ରବୀନ୍ଦ୍ର ଜାଡ଼େଜା ୩/୧୮, ତୁଷାର ପାଣ୍ଡେ ୩/୩୩, ମୁସ୍ତାଫିଜୁର ରହମାନ ୨/୨୨। ଚେନ୍ନାଇ ସୁପରକିଙ୍ଗ୍ସ ୧୭.୪ ଓଭରରେ ୧୪୧/୩ ଋତୁରାଜ ଗାଏକ୍ବାଡ୍ ୬୭*, ଶିବମ ଦୁବେ ୨୮, ଡାରିଲ ମିଚେଲ ୨୫, ବୈଭବ ଅରୋରା ୨/୨୮ କରିଥିଲେ ।