ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା, ମେଟ୍ରୋ ସାଟେଲାଇଟ ସିଟିରୁ ଲକ୍ଷାଧିକ ଟଙ୍କାର ସିରିଜ ଲୁଟ୍

ଭୁବନେଶ୍ୱର ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ୍ । ଘରେ କେହି ନଥିବା ବେଳେ ୨ଟି ବ୍ଲକର ୨ଟି ଘରୁ ଚୋରି ହୋଇଛି। ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ସିସିଟିଭିରେ କଏଦ ହେଲା ଲୁଟ୍ ପାରର ଦୃଶ୍ୟ । ଦୁଇଟି ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଭୁବନେଶ୍ୱର ହଂସପାଳ ସ୍ଥିତ ମେଟ୍ରୋ ସାଟେଲାଇଟ ସିଟିରୁ ସିରିଜ ଲୁଟ୍ । ଘରେ କେହି ନଥିବା ବେଳେ ୨ଟି ବ୍ଲକର ୨ଟି ଘରୁ ଚୋରି ହୋଇଛି। ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ। ସିସିଟିଭିରେ କଏଦ ହେଲା ଲୁଟ୍ ପାରର ଦୃଶ୍ୟ । ଦୁଇଟି ଫ୍ଲାଟରୁ ସୁନା ଅଳଙ୍କାର ସହ ଟଙ୍କା ଲୁଟି ନେଇଛନ୍ତି ।

ସୂଚନା ଯୋଗ୍ୟ ଫେବୃୟାରୀ ୨୯ରେ ରାଜଧାନୀର ଲୁଟ ଘଟଣାରେ ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ଗାଡି, ନଗଦ ଟଙ୍କା, ସୁନାରୂପା ଗହଣା ଜବତ ହୋଇଥିଲା । ଗିରଫ ଅଭିଯୁକ୍ତଙ୍କ ନାଁରେ ମାଳମାଳ ମାମଲା ରହିଛି । ଓଡିଶାର ଏହି ଗ୍ୟାଙ୍ଗ ରାଜ୍ୟ ବାହାରେ ରହି ଲୁଟ୍ପାଟ୍ର ଅପରେଟ୍ କରୁଥିଲେ । ଓଡିଶାରୁ ଲୁଟ୍ କରି ବାହାର ରାଜ୍ୟରେ ଅୟସ ଆରାମ କରୁଥିବା ପୋଲିସ ଜାଣିବାକୁ ପାଇଛି ।

ପ୍ରକାଶ ଯେ ଭୁବନେଶ୍ୱରରେ ଆପାର୍ଟମେଣ୍ଟ ତଡା ଗ୍ୟାଙ୍ଗ, କବାଟ ଝରକା ତାଡି ଘରେ ପଶୁଛନ୍ତି । ସୁନା ଗହଣା, ଟଙ୍କା ପଇସା ନେଇ ଛୁ ମାରୁଛନ୍ତି । ଏଣୁ କମିଶନରେଟ୍ ପୋଲିସର ମୁଣ୍ଡ ବିନ୍ଧା ବଢ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.