କଟକ ପୋପରଡ଼ାରେ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା ଅନୁଷ୍ଠିତ, ନିମନ୍ତ୍ରଣ ପାଇ ଢେଙ୍କାନାଳରୁ ଆସିଲେ ଦଣ୍ଡୁଆ

ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । କଥାରେ ଅଛି ମାନିଲେ ଦେବତା ନ ମାନିଲେ ପଥର । ସେହି ବିଶ୍ୱାସକୁ ପାଥେୟ କରି ରାଜ୍ୟର କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଥାଏ ଦଣ୍ଡ ଯାତ୍ରା । ଭକ୍ତି ଆଉ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା । ଯାହା କଟକ ପୋପରଡ଼ାରେ ଅନୁଷ୍ଠିତ ହୋଇଯାଇଛି ।

କଟକ(କେନ୍ୟୁଜ): ଦୁଲୁକୁଛି ଗାଁ ଦାଣ୍ଡ । ଉତ୍ସବ ମୁଖର ପୁରା ପରିବେଶ । ଆରମ୍ଭ ହୋଇଯାଇଛି ଦଣ୍ଡ ଯାତ୍ରା । କଥାରେ ଅଛି ମାନିଲେ ଦେବତା ନ ମାନିଲେ ପଥର । ସେହି ବିଶ୍ୱାସକୁ ପାଥେୟ କରି ରାଜ୍ୟର କୋଣ ଅନୁକୋଣରେ ଅନୁଷ୍ଠିତ ହୋଇଥାଏ ଦଣ୍ଡ ଯାତ୍ରା । ଭକ୍ତି ଆଉ ବିଶ୍ୱାସର ପର୍ବ ଦଣ୍ଡ ଯାତ୍ରା । ଯାହା କଟକ ପୋପରଡ଼ାରେ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରଣ ପାଇବା ପରେ ସୁଦୂର ଢେଙ୍କାନାଳରୁ ଆସି ଦଣ୍ଡୁଆ ମାନେ କଟକ ପୋପରଡ଼ାରେ ଦଣ୍ଡ ଯାତ୍ରା ଲାଗି ପହଞ୍ଚିଥିଲେ । ପ୍ରଥମେ ଦଣ୍ଡ ଦଳ ପୂଜା ସହିତ ପଇତା ଧାରଣ ପୂର୍ବକ ବ୍ରତ ଆରମ୍ଭ କରିଥିଲେ । ଏଇ ଗୋଟିଏ ଦିନ ପୋପରଡ଼ା ଓ ଆଖପାଖ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠିଥିଲା । ଦଣ୍ଡୁଆ ମାନଙ୍କର ଧୂଳି ଦଣ୍ଡ, ଜଳ ଦଣ୍ଡ, ଅଗ୍ନି ଦଣ୍ଡ ଓ ଦଣ୍ଡ ନାଚ ଦେଖିବାକୁ ପ୍ରବଳ ମାତ୍ରା ରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥାଏ ।

ଏହି ପୋପରଡ଼ା ଅଞ୍ଚଳରେ ଏହି ଦଣ୍ଡ ଯାତ୍ରା ବହୁ ବର୍ଷ ହେବ ଅନୁଷ୍ଠିତ ହୋଇ ଆସୁଛି । ଦଣ୍ଡୁଆ ମାନେ ମା ଦଣ୍ଡ କାଳୀଙ୍କୁ ସ୍ଥାପନା କରି ମା ଦଣ୍ଡ କାଳୀଙ୍କ ଧୂଳି ଦଣ୍ଡ , ଜଳ ଦଣ୍ଡ ମଧ୍ୟମରେ ପୌରାଣିକ କଥା ବସ୍ତୁକୁ ନାଟ୍ୟ ରୂପାନ୍ତରଣ କରି ମା ଦଣ୍ଡକାଳୀ ପବିତ୍ର ଦଣ୍ଡ ଯାତ୍ରା କରିଥାନ୍ତି । ମହିଳା ଓ ପୁରୁଷମାନେ ମାଆ ଦଣ୍ଡକାଳୀଙ୍କୁ ପୂଜାର୍ଚ୍ଚନା କରି ଆର୍ଶୀବାଦ ଭିକ୍ଷା କରିଥାନ୍ତି ।

ଏହି ପବିତ୍ର ଦଣ୍ଡ ଯାତ୍ରା ଦେଖିବା ପାଇଁ କଟକ ପୋପରଡ଼ା ଓ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭିଡ ଦେଖିବାକୁ ମିଳିଥିଲା। ନିଜ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ରୁଦ୍ର ଏବଂ ମାଆ କାଳିଙ୍କ ଉଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରାଯାଏ।ପୌରାଣିକ କଥା ବସ୍ତୁକୁ ନାଟ୍ୟ ରୂପାନ୍ତରଣ ମାଧ୍ୟମରେ ଲୋକଙ୍କୁ ଜଣାଇବା ଦଣ୍ଡୁଆମାନଙ୍କ ମୂଳ ଲକ୍ଷ୍ୟ । ମା ଦଣ୍ଡକାଳୀଙ୍କ ପବିତ୍ର ଦଣ୍ଡଯାତ୍ରାରେ ମାନସିକଧାରୀ ମାନେ ନିଷ୍ଠା ଓ ଏକାଗ୍ରତା ସହ ପାଳନ କରିଥାନ୍ତି । ଏହି ଯାତ୍ରା ଚୈତ୍ର ମାସରେ ପାଳନ କାରାଯାଇ ପଣା ସଂକ୍ରାନ୍ତି ଦିନ ଶେଷ ହୋଇଥାଏ ।ମାନସିକଧାରୀ ଦଣ୍ଡୁଆ ମାନେ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ନିଜ ଶରୀରକୁ କଷ୍ଟ ବା ଦଣ୍ଡ ଦେଇ ମହାଦେବ ଏବଂ ମା କାଳିଙ୍କ ଉଦେଶ୍ୟରେ ଏହି ଦଣ୍ଡ ଯାତ୍ରା କରିଥାନ୍ତି ।

କଟକ ପୋପରଡ଼ା ଗ୍ରାମର ନିବାସୀ ବିଦ୍ୟାଧର ସାହୁଙ୍କ ନିମନ୍ତ୍ରଣ ପରେ ଢେଙ୍କାନାଳ ଜିଲ୍ଲାର ୫୦ଜଣ ଦଣ୍ଡୁଆ କଟକ ପୋପରଡ଼ାରେ ପହଞ୍ଚିଥିଲେ । ଦଣ୍ଡୁଆ ମାନଙ୍କୁ ନିମନ୍ତ୍ରଣ କରି କଟକର ପୋପରଡ଼ା , ମତ୍ତଗଜପୁର ଓ ଆଖପାଖ ଅଞ୍ଚଳ ପରିକ୍ରମା କରାଯାଇଥିଲା । ପ୍ରତ୍ୟେକ ସାହିର ଗ୍ରାମବାସୀଙ୍କ ସହଯୋଗରେ ପୂଜା ସୁରୁଖୁରୁରେ ସମାପନ ହୋଇଥିଲା । ଏଭଳି ଦଣ୍ଡ ଯାତ୍ରାରେ ବହୁ ଶ୍ରଦ୍ଧାଳୁ ମାନେ ମାଙ୍କ ଆଶୀର୍ବାଦ ନେବା ସହ ନିଜ ମାନସିକ ମାଙ୍କୁ ଜଣାଇଥିଲେ । ଏଭଳି ଦଣ୍ଡ ଯାତ୍ରାର ଆୟୋଜନ ହେଉଥିବାରି ଗ୍ରାମବାସୀ ମାନେ ବହୁତ ଖୁସି ହୋଇଥିଲେ । ଦଣ୍ଡ ଯାତ୍ରାରେ ମାନସିକଧାରୀ ମାନଙ୍କର ବହୁ ବିଶ୍ୱାସ ରହିଛି । ବହୁ ଶ୍ରଦ୍ଧାଳୁ ମାନେ ମାଙ୍କ ପଖାରେ ମାନସିକ କରି ଭକ୍ତିର ସହ ପୂଜାର୍ଚ୍ଚନା କରିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.