ଗଜପତି ତିଲ୍ଲୀକର ଗ୍ରାମ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ, ୧୨ କୋଟିର ଗଞ୍ଜେଇ ଗଛ ନଷ୍ଟ

ମୋହନା: ଗଜପତି ଜିଲ୍ଲାରେ ପୁଣି ଆରମ୍ଭ ହୋଇଛି ଗଞ୍ଜେଇ ଚାଷ ନଷ୍ଟ ଅଭିଯାନ। ଆର.ଉଦୟଗିରି ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଅନୁଗୁର ପଞ୍ଚାୟତ ତିଲ୍ଲୀକର ଗ୍ରାମ ଜଙ୍ଗଲରେ ଚଢ଼ାଉ କରି ୬୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଏକ ଲକ୍ଷ ରୁ ଉର୍ଦ୍ଧ ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରିଛନ୍ତି l

ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨କୋଟି ୫୦ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ଏହି ଚଢ଼ାଉ ରେ ପୋଲିସ ଏବଂ ଅବକାରୀ ବିଭାଗ ସହ ରାଜସ୍ବ ବିଭାଗ କର୍ମଚାରୀ ମାନେ ସାମିଲ ହୋଇଥିଲେ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.