Below header

ଶୀତ କାକରରେ ପଡିରହି, ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଜାରି ରଖିଛି ଟ୍ରାକ୍ଟର ମାଲିକ ସଂଘ

ନବରଙ୍ଗପୁର: ଆକ୍ରୋଶ ମୂଳକ ଭାବେ ଟ୍ରାକ୍ଟର ଗୁଡିକ ଠାରୁ ଅତିରକ୍ତ ଫାଇନ ଆଦାୟକୁ ବିରୋଧ କରି ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ନାରେ ଧାରଣା ଜାରି ରଖିଛନ୍ତି ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘର କର୍ମକର୍ତ୍ତା। ଶୀତ କାକରକୁ ଖାତିର ନ କରି ବାହାରେ ଶୋଇ ପ୍ରତିବାଦ କରୁଛନ୍ତି । ସମସ୍ୟାର ସମାଧାନ ନ କରାଯିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପାଇଁ ଏ ଧାରଣା ଜାରି ରହିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ନବରଙ୍ଗପୁରର ଟ୍ରାକ୍ଟର ମାଲିକ ରାଜୀବ ଭତରା ନିଜ ଦାଦା ଓ ଭଉଣୀଙ୍କ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ବାଲି ଆଣୁଥିବା ବେଳେ ଅତିରିକ୍ତ ତହସିଲଦାର ଟିର୍ଲିଆମ୍ବଗୁଡା ନିକଟରେ ଚଢ଼ାଉ କରି ଦଶ ହଜାର ଟଙ୍କା ଫାଇନ କରିଛନ୍ତି l ଯାହାକୁ ବିରୋଧ କରି ନବରଙ୍ଗପୁର ଟ୍ରାକ୍ଟର ମାଲିକ ସଂଘ ତହସିଲ ଅଫିସ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଦେଇଛନ୍ତି l

ଅଭିଯୋଗ ଅନୁସାରେ ନବରଙ୍ଗପୁର ତହସିଲ ଅଧୀନରେ ଥିବା ବିଭିନ୍ନ ଘାଟରୁ ବାଲି ମାଫିଆ ମାନେ ତହସିଲ ଅଫିସ କର୍ମଚାରୀଙ୍କ ସହ ସଲାସୁତୁରାରେ ବାଲି ବଡ଼ ବଡ଼ ଟିପର ,ଏବଂ ଟ୍ରକ ଦ୍ୱାରା ପୋଡ଼ଶୀ ଆନ୍ଧ୍ର ପ୍ରଦେଶ ଏବଂ ଛତିଶଗଡ଼ କୁ ଚାଲାଣ କରୁଥିବା ଦେଖିବାକୁ ମିଳୁଛି l ଏଥିସହ ନବରଙ୍ଗପୁର ତହସିଲ ପ୍ରଶାସନ ବାଲିର ସରକାରୀ ଧାର୍ଯ୍ୟ ମୂଲ୍ୟ ୧ ସେଣ୍ଟିମିଟର କୁ ୩୫ ଟଙ୍କା ବଦଳରେ ୧୮୦୦ଟଙ୍କା ରେ ନିଲାମ ଦେଇଛି l ଯାହା ପାଇଁ ସ୍ଥାନୀୟ ଟ୍ରାକ୍ଟର ମାଲିକ ମାନଙ୍କ ପାଇଁ କଷ୍ଟ ହେଉଛି l

ଫଳରେ କିଛି ଦିନ ତଳେ ଟ୍ରାକ୍ଟର ମାଳିକ ସଂଘ ଓ ତହସିଲ ବିଭାଗ ଦ୍ୱାରା ବୁଝାମଣା ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଆସୁଥିବା ବାଲି କୁ ଫାଇନ କଟା ନଯିବା ପାଇଁ ପ୍ରତିଶୃତି ହୋଇଥିଲା l କିନ୍ତୁ, ଆଜି ନବରଙ୍ଗପୁର ଅତିରିକ୍ତ ତହସିଲଦାର ଗୀତା ମୁର୍ମୁ ଏଭଳି ବାଲି ଟ୍ରାକ୍ଟର କୁ ଅଟକ ରଖି ୧୦ହଜାର ଟଙ୍କା ଫାଇନ କାଟିଥିବାରୁ, ତାହାକୁ ବିରୋଧ କରିବା ସହ, ସରକାର ଙ୍କ ଧାର୍ଯ୍ୟ ଦର ରେ ଲୋକ ମାନେ ଯେପରି ବାଲି କ୍ରୟ କରିପାରିବେ ସେଥି ପାଇଁ ଅତି ଶୀଘ୍ର ତହସିଲ କାର୍ଯ୍ୟାଳୟ ଗୁଡିକ ରେ ମଧ୍ୟ ଏକ କାଉଣ୍ଟର ଖୋଲାଯିବା ଦାବି ପୂରଣ ନ ହେବା ଯାଏଁ ଟ୍ରାକ୍ଟର ମାଲିକ ସଂଘ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିବ ବୋଲି ସଂଘର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

ଧାରଣା ସ୍ଥଳରେ କଂଗ୍ରେସ ର କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପହଂଚି ସଂଘ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପଟେ ନବରଙ୍ଗପୁର ଅତିରିକ୍ତ ତହସିଲଦାର ଫାଇନ ଦେଲେ ହିଁ ଟ୍ରାକ୍ଟର ଛଡାଯିବ ବୋଲି କହିବା ସହ ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.